ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭରର ମୃତ୍ୟୁ ଘଟଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ମନୁ ଦାଶ।
ଅଗଲାପାଳି ଗାଁରେ ବସୁଧା ଯୋଜନାରେ କାମ ଚାଲିଛି। ଏହି ସରକାରୀ କାମରେ ବାଦୀବାହାଲ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର ଲାଗିଛି। ହେଲେ ଟ୍ରାକ୍ଟରଟିକୁ ମନୁ ନାମକ ଜଣେ ନାବାଳକ ଚଲାଉଥିଲେ। ଆଜି ସକାଳେ କାମ ଚାଲୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ନାବାଳକର ମନୁର ମୃତ୍ୟୁ ଘଟିଥିଲା।
Also Read
ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନାବାଳକଟି ବାପ ଛେଉଣ୍ଡ ବୋଲି ଜଣାଯାଇଛି। ନାବାଳକଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ। ହେଲେ ଜଣେ ଜନପ୍ରତିନିଧି ହୋଇ କିପରି ଏପରି କାମ କରୁଥିଲେ ସାଧାରଣାରେ ତାହା ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭୋକର ଭୂଗୋଳ ବଲାଙ୍ଗୀରରୁ ନିଇତି ଛୁଟୁଛି ଦାଦନ ଏକ୍ସପ୍ରେସ
ଗତ ରାତି ତମାମ କଣ୍ଟାବାଞ୍ଜି ଷ୍ଟେସନରେ ଦେଖିବାକୁ ମିଳିଥିଲା ଶ୍ରମିକ ପରିବହନର ହୃଦୟବିଦାରକ ଦୃଶ୍ୟ। ଭିଟାମାଟି ଛାଡ଼ି ଦାନା ପାଇଁ ଦାଦନ ଖଟିବାକୁ ଯାଉଥିଲେ ଶହ ଶହ ଶ୍ରମିକ।
Politics
କଂଗ୍ରେସ ବିଧାୟକଙ୍କ ପାଇଁ ବିଜେଡିରେ ବିବାଦ!
ଅଧିରାଜ ଏଯାଏଁ କଂଗ୍ରେସ ଛାଡ଼ି ନଥିବା ବେଳେ ତାଙ୍କୁ ନେଇ ସ୍ଥାନୀୟ ବିଜେଡି ଦୁଇ ଭାଗ ହୋଇଛି।
Miscellaneous
ମିଳିଲାନି ଏନ୍ଏସି ମାନ୍ୟତା: ଲୋଇସିଂହା ଓ ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ
୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନ୍ଏସି ଗଠନ କରିବାକୁ ଘୋଷଣା କରିଛନ୍ତି ସରକାର।
Miscellaneous
ସୋନପୁରରୁ ଗଡ଼ିଲା ଟ୍ରେନ୍
ପ୍ରଥମ ଥର ପାଇଁ ସୋନପୁରବାସୀ ଟ୍ରେନରେ ସିଧାସଳଖ ପୁରୀ ଯିବାର ସୁଯୋଗ ପାଇଛନ୍ତି।