Advertisment

ସରକାରୀ କାମରେ ଡ୍ରାଇଭର ଭାବେ କାମ କରୁଥିଲେ ନାବାଳକ, ଚାଲିଗଲା ଜୀବନ

ଆଜି ସକାଳେ କାମ ଚାଲୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା।

DeadBody

DeadBody

Advertisment

ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭରର ମୃତ୍ୟୁ ଘଟଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ମନୁ ଦାଶ।

Advertisment

ଅଗଲାପାଳି ଗାଁରେ ବସୁଧା ଯୋଜନାରେ କାମ ଚାଲିଛି। ଏହି ସରକାରୀ କାମରେ ବାଦୀବାହାଲ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର ଲାଗିଛି। ହେଲେ ଟ୍ରାକ୍ଟରଟିକୁ ମନୁ ନାମକ ଜଣେ ନାବାଳକ ଚଲାଉଥିଲେ। ଆଜି ସକାଳେ କାମ ଚାଲୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ନାବାଳକର ମନୁର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନାବାଳକଟି ବାପ ଛେଉଣ୍ଡ ବୋଲି ଜଣାଯାଇଛି। ନାବାଳକଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ। ହେଲେ ଜଣେ ଜନପ୍ରତିନିଧି ହୋଇ କିପରି ଏପରି କାମ କରୁଥିଲେ ସାଧାରଣାରେ ତାହା ଚର୍ଚ୍ଚା ହେଉଛି।

Advertisment
Balangir Road Accident , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe