Advertisment

ବାର୍‌ହା ପାଇଁ ବସିଥିଲା ଫାଶ: ଫସିଲେ ଶଳା, ଭିଣୋଇ ନିଖୋଜ

interrogate

ଅଦ୍ୟତନ ହୋଇଛି
ବାର୍‌ହା ପାଇଁ ବସିଥିଲା ଫାଶ: ଫସିଲେ ଶଳା, ଭିଣୋଇ ନିଖୋଜ

wild-boar

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବାର୍‌ହା ପାଇଁ ବସିଥିଲା ଫାଶ, କିନ୍ତୁ ଫସିଗଲେ ଶଳା। ଆଉ ଭିଣୋଇ ହୋଇଗଲେ ନିଖୋଜ। ଆଜି ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଲୋଇସିଂହା ଥାନା ସାନଟିକା ଗାଁରେ।

Advertisment

ବାର୍‌ହା ଫାଶରେ ପଡି ଶାଳକ ଗୁରୁତର ହୋଇଥିବା ବେଳେ ଭିଣୋଇ ନିଖୋଜ ଅଛି। ଭାସ୍କର ସୁନାଙ୍କ ସାନପୁଅ ବିକାଶ ସୁନା ଏବଂ ଜ୍ୱାଇଁ ଅନନ୍ତ ନାଗ ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ଼ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାର୍‌ହା ଫାଶରେ ଲାଗି ବିକାଶ ଗୁରୁତର ଭାବରେ ପଡିଥିବା ଦେଖିଥିଲେ। କିନ୍ତୁ ସେଠାରେ ଅନନ୍ତନାଗ ନଥିବା ଦେଖିବାକୁ ପାଇଲେ।

ପରିବାର ଲୋକେ ଗୁରୁତର ବିକାଶକୁ ପ୍ରଥମେ ଲୋଇସିଂହା ଏବଂ ପରେ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ବିକାଶର ଚିକିତ୍ସା ଚାଲିଛି। ଅନ୍ୟପଟେ ନିଖୋଜ ଅନନ୍ତନାଗ ସଂର୍ପକରେ କିଛି ଖୋଜଖବର ମିଳି ନାହିଁ।

Advertisment

ଦୁହେଁ ବାର୍‌ହା ଫାଶରେ ଫସିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ବାର୍‌ହା ଫାଶ କିଏ ଖେଲିଥିଲା? ତା’ ଛଡ଼ା ଅନନ୍ତନାଗ ଓ ବିକାଶ ଜଙ୍ଗଲକୁ ଶୌଚ କରିବା ପାଇଁ ଯାଇଥିଲେ ନା ବାର୍‌ହା ଶିକାର କରିବାକୁ ଯାଇଥିଲେ, ତାକୁ ନେଇ ସନ୍ଦେହ ଦେଖା ଦେଇଛି। ତେବେ ଉପଯୁକ୍ତ ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇପାରିବ। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନାଯେଗ୍ୟ, ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଅବାଧରେ ପଶୁ ଶିକାର କରୁଛନ୍ତି ଶିକାରୀ। ବିଶେଷ କରି ଇଲେକ୍ଟ୍ରି ତାର ଫାଶରେ ଲଗାଇ ବାର୍‌ହା ଶିକାର କରାଯାଉଛି। ଦିନକ ତଳେ ବାରାହା ଫାଶ ଲାଗି ଖର୍ଲିକାନୀ ଗାଁର ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe