Advertisment

ବାହୁଡା ଯାତ୍ରାରେ ସଂକୀର୍ତ୍ତନ ପାଇଁ ଆସୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

ମହାପ୍ରଭୁଙ୍କ ବାହାଡ଼ା ଯାତ୍ରାରେ ସଂକୀର୍ତ୍ତନ କରିବା ପାଇଁ ପାଟଣାଗଡ଼ ରାମପୁର ଗାଁରୁ ମହିଳା କୀର୍ତ୍ତନ ଦଳ ପିକ୍‌ଅପ୍‌ ଭ୍ୟାନରେ ବାନ୍ଧନବାଡିକୁ ଆସୁଥିଲେ। ତେବେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଭଇଁଷା ଛକରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ସଂକୀର୍ତ୍ତନ କରିବା ପାଇଁ ଆସୁଥିଲେ। ହେଲେ ଅଧା ବାଟରେ ଦୁର୍ଘଟଣା ଘଟିଲା। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଘଟିଛି।

Advertisment

ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସଂକୀର୍ତ୍ତନ କରିବା ପାଇଁ ପାଟଣାଗଡ଼ ରାମପୁର ଗାଁରୁ ମହିଳା କୀର୍ତ୍ତନ ଦଳ ପିକ୍‌ଅପ୍‌ ଭ୍ୟାନରେ ବାନ୍ଧନବାଡିକୁ ଆସୁଥିଲେ। ତେବେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଭଇଁଷା ଛକରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଥିବା ୩୫ ଜଣଙ୍କ ଭିତରୁ ୧୧ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଟଣାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୁକେଶ ଅସୁଲିଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ସେପଟେ ରଥଟଣା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ କୋଲାବ ନଗରରେ ରଥଟଣା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ରଥଟି ବିଦ୍ୟୁତ ତାରରେ ଲାଗିବାରୁ ଜଣେ ମୃତ, ଆଉ ଜଣେ ଗୁରୁତର ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେହିପରି କେନ୍ଦୁଝର ବାରିଆ ଥାନା କେନ୍ଦୁଆ ଗାଁରେ ବିଦ୍ୟୁତ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment
Accident Roadaccident Balangir