Advertisment

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଦୁଇ ବାଇକ୍ ମୁହାଁମୁହିଁ। ଚାଲିଗଲା ଜଣଙ୍କର ଜୀବନ। ଜଣେ ଗୁରୁତର ମଧ୍ୟ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଝିକିଡୁଂଗରୀ ଗାଁ ନିକଟରେ। ମଙ୍ଗଳବାର ମଧ୍ୟାହ୍ନ ସମୟରେ କ୍ଷୀତ୍ର ଗତିରେ ଆସୁଥିବା ଦୁଇ ମୋଟର ସାଇକଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ […]

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

bike

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଦୁଇ ବାଇକ୍ ମୁହାଁମୁହିଁ। ଚାଲିଗଲା ଜଣଙ୍କର ଜୀବନ। ଜଣେ ଗୁରୁତର ମଧ୍ୟ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଝିକିଡୁଂଗରୀ ଗାଁ ନିକଟରେ। ମଙ୍ଗଳବାର ମଧ୍ୟାହ୍ନ ସମୟରେ କ୍ଷୀତ୍ର ଗତିରେ ଆସୁଥିବା ଦୁଇ ମୋଟର ସାଇକଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀ ତଳେ ପଡ଼ିଯାଇଥିଲେ।

Advertisment

ଏହି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବଲାଙ୍ଗିର ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବଲାଙ୍ଗିର ନିକଟ ବିଜାଖମନ ଗାଁର ଭକ୍ତ ପାଣିଗ୍ରାହୀ ନିଜ ଶ୍ୱଶୁର ଘର ଝିକିଡୁଂଗରୀ ଗାଁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆଉ ଏକ ମୋଟର ସାଇକଲରେ ଆସୁଥିବା ରୋହିତ ହରପାଲ ମୋଟର ସାଇକଲକୁ ଧକ୍କା ଦେଇଥିଲେ। ଯେଉଁ କାରଣରୁ ୨ ଜଣ ମୋଟର ସାଇକଲ ଆରୋହୀ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ୨ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ସଇଁତଳା ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଭକ୍ତ ପାଣିଗ୍ରାହୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ଆହତ ଯୁବକ ରୋହିତ ହରପାଲଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe