Advertisment

୭ ବର୍ଷ ତଳେ ଦୂରେଇ ଯାଇଥିଲେ ବାପାମାଆ, ୨୦ରେ ପାଇଲେ ଜୀବନ ସାଥୀ

ଶିବାନୀଙ୍କୁ ୭ ବର୍ଷ ହୋଇଥିଲା। ତାଙ୍କୁ ତାଙ୍କ ବାପା-ମାଆ ଛାଡ଼ି ପଳାଇ ଯାଇଥିଲେ। ଆଜକୁ ୧୭ ବର୍ଷ ତଳେ ଶିବାନୀ ସହରରେ ଘୂରି ବୁଲୁଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ପାର୍ବତୀଗିରି ଅନାଥଶ୍ରାମରେ ରଖିଥିଲା।

ଅଦ୍ୟତନ ହୋଇଛି
Marriage

Marriage

Advertisment

କଅଁଳ ବୟସରେ ଦୂରେଇ ଯାଇଥିଲେ ବାପାମାଆ। ସେତେବେଳେ ତାଙ୍କୁ ହୋଇଥିଲା ୭ ବର୍ଷ। ବାଳାଶ୍ରମରେ କଟିଥିଲା ଶୈଶବ। ଯୌବନରେ ପାଦ ଥାପୁ ଥାପୁ ପାଇଲେ ଜୀବନ ସାଥୀ ପାଇଥିଲେ ଶିବାନୀ। ବଲାଙ୍ଗିର ପ୍ରତିଷ୍ଠିତ ସମାଜସେବୀ ଦେବାଶିଷ ଖମାରଙ୍କୁ ବୈଦିକ ରୀତିନୀତିରେ କରିଛନ୍ତି ବିବାହ କରିଛନ୍ତି ଶିବାନୀ। ଆଉ ଏହି ନିଆରା ବିବାହ ଉତ୍ସବରେ ସାମିଲ ହୋଇଥିଲେ ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ।

Advertisment

ଶିବାନୀଙ୍କୁ ୭ ବର୍ଷ ହୋଇଥିଲା। ତାଙ୍କୁ ତାଙ୍କ ବାପା-ମାଆ ଛାଡ଼ି ପଳାଇ ଯାଇଥିଲେ। ଆଜକୁ ୧୭ ବର୍ଷ ତଳେ ଶିବାନୀ ସହରରେ ଘୂରି ବୁଲୁଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ପାର୍ବତୀଗିରି ଅନାଥଶ୍ରାମରେ ରଖିଥିଲା। ସେହିଠାରେ ରହି ପାଠ ପଢି ଉଚ୍ଚ ଶିକ୍ଷିତା ହେଲେ ଶିବାନୀ। ଆଇଟିଆଇ ପାସ୍‌ କରିଛନ୍ତି। ଶିବାନୀ ଜଣେ ମେଧାବୀ ଛାତ୍ରୀ ଥିବାରୁ ବାଳାଶ୍ରମରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। କହିବାକୁ ଗଲେ ସମସ୍ତଙ୍କ ତାରା ଥିଲେ ଶିବାନୀ। ବାଲ୍ୟ, ଶୈଶବ ଅତିକ୍ରମ କରି ଯୌବନରେ ପାଦ ଥାପିଛନ୍ତି ଶିବାନୀ। ସେଥିପାଇଁ ଭବିଷ୍ୟତକୁ ନେଇ ଉତ୍ସାହିତ ଥିଲେ।

ସେପଟରେ ମଣ୍ଡଳ ଗାଁର ଦେବାଶିଷ ଖମାର ଡିପ୍ଲୋମା ପାସ୍‌ କରିବା ପରେ ଚାକିରି ପଛରେ ଗୋଡ଼ାଇ ନଥିଲେ। ଜନସେବା କେନ୍ଦ୍ର ଖୋଲିଥିଲେ ଦେବାଶିଷ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ଏଥିସହ ସମାଜସେବା ମଧ୍ୟ କରୁଥିଲେ। ଏହାରି ଭିତରେ ବିବାହ ବୟସରେ ପଦାର୍ପଣ କଲେ ଦେବାଶିଷ। ପରିବାର ଲୋକ ଝିଅ ଖୋଜା ଆରମ୍ଭ କରିଥିଲେ। ନିଜ ପାଇଁ ୪ ଝିଅ ଦେଖିଥିଲେ ଦେବାଶିଷ। ହେଲେ ଚାକିରି କରିନଥିବାରୁ ଝିଅମାନେ ତାଙ୍କୁ ପସନ୍ଦ କରିନଥିଲେ। ତେଣୁ ଦେବାଶିଷଙ୍କ ବାହାଘର ହୋଇପାରୁନଥିଲା।

Advertisment
Marriageହାତ ଗଣ୍ଠି ପଡ଼ିବା ପୂର୍ବରୁ ସାଥୀଙ୍କୁ ଅପେକ୍ଷା କରିଛନ୍ତି ଶିବାନୀ

ଝିଅ ଖୋଜା ଭିତରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସଂସ୍ପର୍ଶରେ ଆସିଥିଲେ ଦେବାଶିଷ। ତାଙ୍କ ପରାମର୍ଶରେ ପଥରଚେପା ପାର୍ବତୀଗିରି ବାଳନିକେତନରେ ରହି ପାଠ ପଢ଼ୁଥିବା ଶିବାନୀଙ୍କୁ ବାହା ହେବା ପାଇଁ ମନସ୍ତ କରିଥିଲେ। ପରିବାର ଲୋକଙ୍କ ସହମତିରେ କଥା ଆଗକୁ ବଢ଼ିଥିଲା। ପ୍ରଶାସନଠାରୁ ସ୍ୱୀକୃତି ମିଳିବା ପରେ ଆଜି ହୋଇଛି ବାହାଘର।

Marriageଶିବାନୀଙ୍କୁ ଉପହାର ଦେଉଛନ୍ତି ବଲାଙ୍ଗିର ଜିଲ୍ଲାପାଳ

ବାଣ ରୋଷଣୀ, ଡିଜେ ସହ ବର ବେଶରେ ବାହାରିଥିଲେ ଦେବାଶିଷ। ପଥରଚେପା ପାର୍ବତୀଗିରି ବାଳନିକେତନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ତା’ପରେ ଆରମ୍ଭ ହୋଇଥିଲା ବିବାହ ପ୍ରକ୍ରିୟା। ରୀତିନୀତିରେ ହେଲା ବାହାଘର। ଆଉ ଶିବାନୀଙ୍କ ସିନ୍ଥିରେ ସିନ୍ଦୂର ଦେଲେ ଦେବାଶିଷ। ଆଉ ତା’ପରେ ଶିବାନୀଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କଲେ ଦେବାଶିଷ। ଏହି ବିବାହ ଉତ୍ସବ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧଜୀବୀ ଓ ବହୁତ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ବାହାଘରରେ ସାମିଲ ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ।ଏହା ସହିତ ଜିଲ୍ଲା ପ୍ରସାଶନ ତରଫରୁ 50 ହଜାର ଟଙ୍କାର ଚେକ୍‌ ଓ ଗିଫ୍ଟ ଦେଇଥିଲେ ଜିଲ୍ଲାପାଳ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe