Advertisment

କରୋନା ଗୀତ ଗାଇ ଚର୍ଚ୍ଚାରେ ବିଡିଓ

ପାଟଣାଗଡ଼( ସୌମ୍ୟ ରଞ୍ଜନ ପୁରହିତ) ଜାରି ରହିଛି କରୋନାର ତାଣ୍ଡବ। ଅଦୃଶ୍ୟ ଭୂତାଣୁକୁ ପରାସ୍ତ କରିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି କରୋନା ଟିକା । କିନ୍ତୁ ଅଧିକାଂଶ ଲୋକ ଟିକା ନେବାକୁ ଭୟ କରୁଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏଭଳି ସମୟରେ ଲୋକଙ୍କୁ ଆଂଚଳିକ ଭାଷାରେ ଗୀତ ମାଧ୍ୟମରେ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ବିଡିଓ […]

author-image
Tapas Behera
ଅଦ୍ୟତନ ହୋଇଛି
କରୋନା ଗୀତ ଗାଇ ଚର୍ଚ୍ଚାରେ ବିଡିଓ

fvb

ପାଟଣାଗଡ଼( ସୌମ୍ୟ ରଞ୍ଜନ ପୁରହିତ) ଜାରି ରହିଛି କରୋନାର ତାଣ୍ଡବ। ଅଦୃଶ୍ୟ ଭୂତାଣୁକୁ ପରାସ୍ତ କରିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି କରୋନା ଟିକା । କିନ୍ତୁ ଅଧିକାଂଶ ଲୋକ ଟିକା ନେବାକୁ ଭୟ କରୁଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର।

Advertisment

ଏଭଳି ସମୟରେ ଲୋକଙ୍କୁ ଆଂଚଳିକ ଭାଷାରେ ଗୀତ ମାଧ୍ୟମରେ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ବିଡିଓ ନୀଳମାଧବ ସୁନା ।

ଆସ ସଭେ ମିଶି ନେମା ଟିକା... କରୋନା ତ ପଡବା ଫିକା....।  ଆଂଚଳିକ ଭାଷାରେ ଏହି ଗିତକୁ ପାଟଣାଗଡ ଓଏସିସ ଷ୍ଟୁଡିଓରେ  ରେକର୍ଡିଂ କରି ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି ବିଡିଓ । ଗାଁ ଠୁ ସହର ପ୍ରତ୍ୟେକ ମୋବାଇଲରେ ଘୁରି ବୁଲୁଛି ବିଡିଓଙ୍କ ସଚେତନତାର ଵାର୍ତ୍ତା। ବିଡିଓଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।

Advertisment