ପାଟଣାଗଡ଼( ସୌମ୍ୟ ରଞ୍ଜନ ପୁରହିତ) ଜାରି ରହିଛି କରୋନାର ତାଣ୍ଡବ। ଅଦୃଶ୍ୟ ଭୂତାଣୁକୁ ପରାସ୍ତ କରିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି କରୋନା ଟିକା । କିନ୍ତୁ ଅଧିକାଂଶ ଲୋକ ଟିକା ନେବାକୁ ଭୟ କରୁଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର।
ଏଭଳି ସମୟରେ ଲୋକଙ୍କୁ ଆଂଚଳିକ ଭାଷାରେ ଗୀତ ମାଧ୍ୟମରେ ସଚେତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ବିଡିଓ ନୀଳମାଧବ ସୁନା ।
ଆସ ସଭେ ମିଶି ନେମା ଟିକା... କରୋନା ତ ପଡବା ଫିକା....। ଆଂଚଳିକ ଭାଷାରେ ଏହି ଗିତକୁ ପାଟଣାଗଡ ଓଏସିସ ଷ୍ଟୁଡିଓରେ ରେକର୍ଡିଂ କରି ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି ବିଡିଓ । ଗାଁ ଠୁ ସହର ପ୍ରତ୍ୟେକ ମୋବାଇଲରେ ଘୁରି ବୁଲୁଛି ବିଡିଓଙ୍କ ସଚେତନତାର ଵାର୍ତ୍ତା। ବିଡିଓଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ ।
https://youtu.be/Sa_aBmCko6Q