Advertisment

ବଲାଙ୍ଗିର ସହର ଭିତରେ କରୋନା ହାଟ !

ବଲାଙ୍ଗିର(ମନରଂଜନ ଜୋଶୀ) ବଲାଙ୍ଗିର ସହର ଭିତରେ ବସିଛି କରୋନା ହାଟ । କଥାଟା ଅଡୁଆ ଲାଗୁଥିଲେ ଵି ସତ । କାରଣ ଆଜି ସାରା ବଲାଙ୍ଗିର ସହର ଭିତରେ ଲୋକେ ଏମିତି ଭିଡ କରୁଛନ୍ତି ଯେ, ମାଛିଟିଏ ଯାଇ ପାରିବ ନାହିଁ । ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲାରେ ତିନି ଶହରୁ ପାଂଚ ଶହ ପର‌୍ୟ୍ୟନ୍ତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଚେନକୁ ବ୍ରେକ ଦେବା ପାଇଁ ସପ୍ତାହାନ୍ତ ସଟଡାଉନ, ନାଇଟ କର୍ଫ୍ୟୁ […]

ବଲାଙ୍ଗିର ସହର ଭିତରେ କରୋନା ହାଟ !

hat

Advertisment

ବଲାଙ୍ଗିର(ମନରଂଜନ ଜୋଶୀ) ବଲାଙ୍ଗିର ସହର ଭିତରେ ବସିଛି କରୋନା ହାଟ । କଥାଟା ଅଡୁଆ ଲାଗୁଥିଲେ ଵି ସତ । କାରଣ ଆଜି ସାରା ବଲାଙ୍ଗିର ସହର ଭିତରେ ଲୋକେ ଏମିତି ଭିଡ କରୁଛନ୍ତି ଯେ, ମାଛିଟିଏ ଯାଇ ପାରିବ ନାହିଁ । ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲାରେ ତିନି ଶହରୁ ପାଂଚ ଶହ ପର‌୍ୟ୍ୟନ୍ତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଚେନକୁ ବ୍ରେକ ଦେବା ପାଇଁ ସପ୍ତାହାନ୍ତ ସଟଡାଉନ, ନାଇଟ କର୍ଫ୍ୟୁ କରାଯାଉଛି ।

Advertisment

ପୋଲିସ ଛକ ଜାଗା ମାନଙ୍କରେ ଷ୍ଟଣ୍ଟ ସୋ ଦେଖାଉଛି । କିନ୍ତୁ ଆଜି ଦେଖିଲା ବେଳକୁ ଗୋଟିଏ ଦିନରେ ସବୁ କିଛି ଫେଲ ମାରିଛି । ୫ ତାରିଖରୁ ଲକଡାଉନ ହେବାକୁ ଥିବାରୁ ସୌଦା ପାଇଁ ସହର ଭିତରେ ଭିଡ ଜମାଇଛନ୍ତି ଲୋକେ । ଭିଡ ହେବ ବୋଲି ପୁଲିସ ପ୍ରଶାସନ ଜାଣିଥିଲେ ମଧ୍ୟ କୌଣସି ପ୍ରକାର ଟ୍ରାଫିକ ବ୍ୟବସ୍ଥା କରାଗଲା ନାହିଁ । ଲୋକଙ୍କୁ ଢିଲା ମେଲା ଛାଡିଦେଲା ପୁଲିସ । ଯାହା ଫଳରେ ସହର ଭିତରେ ଘଣ୍ଟା ଘଣ୍ଟା ଧରି ଲୋକେ ଭିଡ ଜମାଇ କରୋନା ହାଟ ବସାଇଲେ । ଫଳରେ ସଂକ୍ରମଣ ଆହୁରି ବଢିବାର ଭୟ ଦେଖାଦେଇଛି ।

ଅନ୍ୟପଟେ କରୋନା ସଂକ୍ରମଣ ହ୍ରାସ ହେବାରେ ନା ଧରୁନି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮,୯୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୦୮୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩,୮୩୩ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ବଲାଙ୍ଗିରରୁ ୨୯୧ ଜଣ ଚିହ୍ନଟ ହୋଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe