Advertisment

ସମବାୟ ବିଭାଗରେ ବି ଘୋଟାଲା; ପେକ୍ସ ସମ୍ପାଦକଙ୍କ ଏମବିଏ ସାଟିର୍ଫିକେଟ ନକଲି

ନକଲି ସାର୍ଟିଫିକେଟ ଚେର କେବଳ ଡାକ ବିଭାଗରେ ସୀମିତ ହୋଇ ରହି ନାହିଁ। ସମବାୟ ବିଭାଗରେ ବି ମାଳ ମାଳ ନକଲି ସାର୍ଟିଫିକେଟ ଘୁରି ବୁଲୁଛି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Duplicate

ନକଲି ସାର୍ଟିଫିକେଟ ଚେର କେବଳ ଡାକ ବିଭାଗରେ ସୀମିତ ହୋଇ ରହି ନାହିଁ। ସମବାୟ ବିଭାଗରେ ବି ମାଳ ମାଳ ନକଲି ସାର୍ଟିଫିକେଟ ଘୁରି ବୁଲୁଛି। ଏହି ସାର୍ଟିଫିକେଟ ବଳରେ ବହୁ ଯୁବକଯୁବତୀ ସରକାରୀ ଗାଦି ମାଡ଼ି ବସିଥିବା ବେଳେ ସେମାନଙ୍କ ବିରୋଧରେ କିନ୍ତୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। 

Advertisment

ବଲାଙ୍ଗିର ଗୁଡ଼ଭେଲା ବ୍ଲକ ଘୁନା ପେକ୍ସ ସମ୍ପାଦକ ରଶ୍ମି ରଞ୍ଜନ ବେହେରାଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ନକଲି ଏମବିଏ ସାର୍ଟିଫିକେଟ ଦେଇ ସମ୍ପାଦକ ରଶ୍ମୀରଞ୍ଜନ ଚାକିରି ହାତେଇଥିବା ସ୍ପଷ୍ଟ ହୋଇଛି। ହେଲେ ଦୀର୍ଘ ଦିନ ହେଲା ଏହା ଜାଣି ବି ବିଭାଗ ଚୁପ୍‌ ରହିଛି।

ରଶ୍ମୀ ରଞ୍ଜନ କମ୍ପାଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭରସିଟିର ଏମବିଏ ସାର୍ଟିଫିକେଟ ଦେଇଥିଲେ। ଏନେଇ ଖୋଳତାଡ଼ ହେବା ପରେ ଉକ୍ତ ସାର୍ଟିଫିକେଟ ଆମର ନୁହେଁ ବୋଲି ୟୁନିଭରସିଟି ପକ୍ଷରୁ ସଫା ସଫା ସ୍ପଷ୍ଟୀକରଣ ଦିଆଯାଇଛି।  

Advertisment

ଏହି ମାମଲାରେ ଦୁଇ ଜଣ ଯୁବତୀଙ୍କୁ ଡାକି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚା ଉକ୍ତ ୨ ଯୁବତୀ ରାଜ ସାକ୍ଷୀ ହେବା ନେଇ ସୂଚନା ମିଳିଛି । ତେବେ ଘଟଣା ନେଇ ଘୁନା ପେକ୍ସ ସମ୍ପାଦକ ରଶ୍ମି ରଞ୍ଜନ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନି।

ଅପରପକ୍ଷେ, ଫେକ୍ ସାର୍ଟିଫିକେଟ୍ ମାମଲାରେ ଆଜି ବଲାଙ୍ଗିର କୋର୍ଟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌।  ନକଲି ସାର୍ଟିଫିକେଟ ମାମଲାରେ ବନ୍ଧା ହୋଇଥିବା ୨ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କୁ ରିମାଣ୍ଡରେ ଆଣିବା ଆବେଦନ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ କୋର୍ଟରେ ପହଞ୍ଚିଛି । ଉଭୟଙ୍କୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବା ସମ୍ଭାବନା ରହିଛି।

କମ୍ପାଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ କରାଯାଇଥିଲେ ବି ତାର ମାଲିକ ଜବବନ୍ଧୁ କମ୍ପାଭାଇଙ୍କୁ କିଛି ପଚରାଉଚରା ନ କରି ଛାଡ଼ି ଦିଆଯାଇଛି। ଉକ୍ତ ଭୋକେଶନାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର PGDCA ଓ DCM ସାର୍ଟିଫିକେଟକୁ ନେଇ ମଧ୍ୟ ଦେଖାଦେଇଛି ସନ୍ଦେହ ।

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଜାଲ୍ ସାର୍ଟିଫିକେଟ କରାବାରର ଚେର ଲମ୍ବିଥିବା ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ହାତକୁ ଏହାର ତଦନ୍ତ ଭାର ଯାଇଛି। ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟ କାରବାରର ସାଂଘାତିକ ଅଭିଯୋଗ।  ଜାଲ ସାର୍ଟିଫିକେଟ୍‌ର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଗିରଫ ହେବା ପରେ ତାଙ୍କ ସହ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିରୋଧୀ କହିବା ଆରମ୍ଭ କରିଛନ୍ତି।

ଏହି ଜାଲ ସାର୍ଟିଫିକେଟ୍ କାରବାର ଏକ ଚେନ୍ ଭଳି କାମ କରୁଥିଲା । ଦେଶର ୪୦ଟି ଶିକ୍ଷା ବୋର୍ଡର ଜାଲ୍ ସାର୍ଟିଫିକେଟ୍ ବହୁତ ଯୁବକଯୁବତୀଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି । ଚାକିରି ଆଶାୟୀ ଯୁବକଙ୍କୁ ଚେନ୍ କରି ୨୦୧୬ରୁ ଏହି କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଗୋଟିଏ ସାର୍ଟିଫିକେଟ୍ ପାଖାପାଖି ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିଲା । ପୁଲିସ ପ୍ରାୟ ୫ ହଜାର ଫେକ୍ ସାର୍ଟିଫିକେଟ୍ ଜବତ କରିଥିବା ଜଣାପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନକଲି ସିଲ୍ ଏବଂ ଷ୍ଟାମ୍ପ୍ ମଧ୍ୟ ଜବତ ହୋଇଛି । ଏବେ କ୍ରାଇମବ୍ରାଞ୍ଚ ଏହି ଘଟଣାର ଖୋଳତାଡ଼ କରୁଛି। 

ବଲାଙ୍ଗିରର ନକଲି ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ କମ୍ପାଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ମାଲିକ ଜବବନ୍ଧୁ କମ୍ପାଭାଇଙ୍କ ମଧ୍ୟରେ ଲିଙ୍କ ଥିବା ତଦନ୍ତରୁ ଜଣାପଡ଼ିଛି। କାରଣ ମନୋଜ ମିଶ୍ରଙ୍କ ଇନଷ୍ଟିଚ୍ୟୁଟରୁ କମ୍ପାଭାଇ ଇନଷ୍ଟିଚ୍ୟୁଟର ସାର୍ଟିଫିକେଟ ବାହାରିଥିଲା। କମ୍ପାଭାଇ ରଶ୍ମୀରଞ୍ଜନଙ୍କୁ ଦେଇଥିବା ସାର୍ଟିଫିକେଟ ଫେକ୍‌ ବୋଲି ଜଣାପଡ଼ିଥିବା ବେଳେ ଚୁପ୍‌ ବସି ରହିଛି ବିଭାଗ।  ବିଭାଗୀୟ ଅଧିକାରୀ କାହିଁକି ରଶ୍ମୀରଞ୍ଜନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ତାହା ଉପରେ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି।

Fake Item Racket Balangir Certificates