Advertisment

ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ ଫାର୍ମାସିଷ୍ଟ

ଲୋଇସିଂହା ଥାନା ସୁଜିଆ ଗାଁର ଆନନ୍ଦ ଧରୁଆ ବେନ୍ଦ୍ରା ପିଏଚ୍‌ସିରେ ଫାର୍ମାସିଷ୍ଟ ଭାବେ ଚାକିରି କରନ୍ତି। ସବୁଦିନ ପରି ଆଜି ଅପରାହ୍ନରେ ସେ ମେଡ଼ିକାଲ୍‌କୁ ଡ୍ୟୁଟି କରିବା ପାଇଁ ବାଇକ୍‌ରେ ଯାଉଥିଲେ।

author-image
Manoranjan Sial
Medical

Medical

ଡ୍ୟୁଟି ପାଇଁ ମେଡ଼ିକାଲ୍‌ ଯାଉଥିଲେ ଫାର୍ମାସିଷ୍ଟ। ହେଲେ ଅଧା ରାସ୍ତାରେ ଘଟିଲା ଦୁର୍ଘଟଣା। ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି। ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ ଫାର୍ମାସିଷ୍ଟ। ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାରେ ଆଜି ଅପରାହ୍ନରେ ଏପରି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଲୋଇସିଂହା ଥାନା ସୁଜିଆ ଗାଁର ଆନନ୍ଦ ଧରୁଆ ବେନ୍ଦ୍ରା ପିଏଚ୍‌ସିରେ ଫାର୍ମାସିଷ୍ଟ ଭାବେ ଚାକିରି କରନ୍ତି। ସବୁଦିନ ପରି ଆଜି ଅପରାହ୍ନରେ ସେ ମେଡ଼ିକାଲ୍‌କୁ ଡ୍ୟୁଟି କରିବା ପାଇଁ ବାଇକ୍‌ରେ ଯାଉଥିଲେ। ତେବେ ବଲାଙ୍ଗିର-ସମ୍ବଲପୁର ୨୬ ନମ୍ୱର ରାଜପଥର ବୁନ୍ଦେଲବାହାଳୀଠାରେ ସେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ଅଜଣା ଗାଡ଼ି ଧକ୍କାରେ ସେ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ବେନ୍ଦ୍ରା ମେଡ଼ିକାଲ୍‌କୁ ଖବର ଦେଇଥିଲେ। ଖବର ପାଇ ଅନ୍ୟ ମେଡ଼ିକାଲ୍‌ର ଫାର୍ମାସିଷ୍ଟମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ପଠାଇ ଦେଇଛି।

Advertisment

ଫାର୍ମାସିଷ୍ଟ ଆନନ୍ଦ ଧରୁଆଙ୍କୁ ଧକ୍କା ଦେଇଥିବା ଗାଡ଼ି ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଧକ୍କା ଦେଇ ଚମ୍ପଟ ମାରିଥିବା ଗାଡ଼ିକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Accident Roadaccident Balangir