Advertisment

ନବମ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ କରି ବନ୍ଧା ହେଲା ସଂସ୍କୃତ ଶିକ୍ଷକ!

ସାର୍‌ ଡାକୁଥିବାରୁ ନିର୍ଭୟରେ ରେବୀ ତାଙ୍କ ବାଇକ୍‌ରେ ବହି କିଣିବା ପାଇଁ ପାଟଣାଗଡ଼ ଯାଉଥିଲେ। ତେବେ ସଂସ୍କୃତ ସାର୍‌ ତାଙ୍କୁ ମୁଖ୍ୟ ରାସ୍ତାରେ ନନେଇ ଅଙ୍ଗାବଙ୍କା ଜଙ୍ଗଲି ରାସ୍ତାରେ ନେଇ ଯାଉଥିଲେ। ଏହା ଦେଖି ରେବୀ ବିରୋଧ କରିଥିଲା।

author-image
Manoranjan Sial
Teacher

Teacher

ସ୍କୁଲରେ ପାଠ ପଢ଼ାଇବ କ’ଣ? ଜଣେ ନବମ ଶ୍ରେଣୀ ଛାତ୍ରୀ ଉପରେ ପକାଇଥିଲା ପାପ ନଜର। ପରେ ନିଜର ଲାଳସା ପୂରଣ କରିବାକୁ ଯାଇ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରୁଥିଲେ ସଂସ୍କୃତ ଶିକ୍ଷକ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ପଞ୍ଝାରେ ପଡ଼ିଛି ଅଭିଯୁକ୍ତ ସସ୍କୃତ ଶିକ୍ଷକ।

Advertisment

ଖପ୍ରାଖୋଲ୍‌ କନଗାଁର ସତ୍ୟନାରାୟଣ ନାଏକ ଯୋଗୀମୁଣ୍ଡା ଅଞ୍ଚଳରେ ଏକ ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ସେ ସ୍କୁଲରେ ସଂସ୍କୃତ ଓ ସାହିତ୍ୟ ପଢାଉ ଥିଲେ। ପାଠ ପଢ଼ାଇଲା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ରେବୀ(ଛଦ୍ମନାମ)ଙ୍କ ଉପରେ ତାଙ୍କର ପାପ ନଜର ପଡ଼ିଥିଲେ। ପରେ ପଢ଼ା ବହି କିଣାଇଦେବା ବାହାନାରେ ତାଙ୍କୁ ବାଇକ୍‌ରେ ନେଇଯିବା ପାଇଁ କହିଥିଲା। ମାତ୍ର ରେବୀ ବୁଝିପାରିନଥିଲା ସଂସ୍କୃତ ଶିକ୍ଷକଙ୍କ ଚାଲ୍‌।

ସାର୍‌ ଡାକୁଥିବାରୁ ନିର୍ଭୟରେ ରେବୀ ତାଙ୍କ ବାଇକ୍‌ରେ ବହି କିଣିବା ପାଇଁ ପାଟଣାଗଡ଼ ଯାଉଥିଲେ। ତେବେ ସଂସ୍କୃତ ସାର୍‌ ତାଙ୍କୁ ମୁଖ୍ୟ ରାସ୍ତାରେ ନନେଇ ଅଙ୍ଗାବଙ୍କା ଜଙ୍ଗଲି ରାସ୍ତାରେ ନେଇ ଯାଉଥିଲେ। ଏହା ଦେଖି ରେବୀ ବିରୋଧ କରିଥିଲା। ମାତ୍ର ମିଠା ମିଠା କଥା କହି ସେ ରେବୀଙ୍କ ମନ ବହଲାଇ ଦେଇଥିଲା। କିଛି ବାଟ ଗଲା ପରେ ନିଛାଟିଆ ରାସ୍ତା ଦେଖି ଛାତ୍ରୀଙ୍କୁ ଏକ କପା କିଆରିକୁ ସେ ନେଇଯାଇ ଅସଦାଚରଣ କରିବାକୁ ଉଦ୍ୟମ କରୁଥିଲା। ମାତ୍ର ରେବୀ ଚିତ୍କାର କରିବାରୁ ଧରା ପଡ଼ିଯିବା ଭୟରେ ସେଠାରୁ ଚମ୍ପଟ ମାରିଥିଲା ସଂସ୍କୃତ ଶିକ୍ଷକ।

Advertisment

ପୀଡ଼ତା ଛାତ୍ରୀ ଏନେଇ ପରିବାର ଲୋକଙ୍କୁ କହିଥିଲେ। ଝିଅଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ରସିକିଆ ସଂସ୍କୃତ ମାଷ୍ଟରକୁ ଗିରଫ କରି ଡାକ୍ତରୀ ମାଇନା କରିଛି। ଆଜି ତାକୁ ବଲାଙ୍ଗିର ପୋସ୍କୋ କୋର୍ଟକୁ ଚଲାଣ କରିଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ସୂଚନା ଦେଇଛନ୍ତି। ଶିକ୍ଷକଙ୍କ ନାଁରେ ପୂର୍ବରୁ ମଧ୍ୟ ଏମିତି ଅଭିଯୋଗ ରହିଥିବା ଅଭିଯୋଗ ହେଉଛି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡ଼େକ୍‌

Balangir Minor Raped