Advertisment

ବନ୍ଧା ହେଲେ ଦୁଇ ଦାଦନ ଦଲାଲ

ଗିରଫ ଦୁଇ ସର୍ଦାର ହେଲେ ବନମାଳ ଗାଁର ଘନ ସା ଓ ବିଦ୍ୟାଧର ସାହୁ। ଏମାନେ କିଛି ଟଙ୍କା ଦେଇ ବେଆଇନ୍‌ ଭାବେ ଶୁକଦେବଙ୍କ ପରିବାର ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ ପଠାଇଥିଲେ।

Patnagarh

Patnagarh

Advertisment

ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବନମାଳ ଗାଁର ଦାଦନ ଶ୍ରମିକ ଶୁକଦେବ ପରାଭୂଏଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍‌। ଆଜି ଦୁଇ ଦାଦନ ସର୍ଦାରଙ୍କୁ ବାନ୍ଧିଛି। ଗିରଫ ଦୁଇ ସର୍ଦାର ହେଲେ ବନମାଳ ଗାଁର ଘନ ସା ଓ ବିଦ୍ୟାଧର ସାହୁ। ଏମାନେ କିଛି ଟଙ୍କା ଦେଇ ବେଆଇନ୍‌ ଭାବେ ଶୁକଦେବଙ୍କ ପରିବାର ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ ପଠାଇଥିଲେ। ସେଠାରେ ଶୁକଦେବଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ନିର୍ଯାତନା ଦେଇଥିଲେ। ମୃତ ଶରୀରକୁ ଗାଁକୁ ଆଣୁନଥିଲେ। ଏ ନେଇ ବେଲପଡା ଥାନାରେ ଅଭିଯୋଗ ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ସୂଚନାରୁ ପ୍ରକାଶ, ଓଡ଼ିଶାରେ କାମ ନପାଇ ପ୍ରତିଦିନ ହଜାର ହଜାର ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ରୋଜଗାର ପାଇଁ ଯାଇ କେତେବେଳେ ବନ୍ଧା ପଡ଼ୁଛନ୍ତି ତ ଆଉ କେତେବେଳେ ଜୀବନ ଯାଉଛି। ଏମିତି ଚିତ୍ର ପ୍ରତିଦିନ ଆସୁଛି।

ରିପୋର୍ଟ-ପାଟଗଡ଼ରୁ କରୁଣାକର ବୁଡ଼େକ

Balangir Labour Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe