Advertisment

କପା ଚାଷୀଙ୍କୁ ଠକିଥିଲେ, ଏବେ ବନ୍ଧା ହେଲେ

ଗତ ଜାନୁଆରୀରେ ବିବେକାନ୍ତ ସାହୁ ଓ ବିନୋଦ ସାହୁ ଚିତ୍ରାମୁଣ୍ଡା ଗାଁର ପ୍ରାୟ ୩୦ ଜଣ କପା ଚାଷୀଙ୍କଠାରୁ କୋଡିଏ ଲକ୍ଷ ଟଙ୍କାର କପା କିଣିଥିଲେ। ପରେ ଟଙ୍କା ଦେବେ ବୋଲି ଚାଷୀଙ୍କୁ କହିଥିଲେ। ହେଲେ ପରବିର୍ତ୍ତୀ ସମୟାରେ ସେମାନେ ଚାଷୀଙ୍କୁ ଧରାଛୁଆଁ ଦେଇନଥିଲେ।

Kantabanji

Kantabanji

Advertisment

ଦିନକୁ ଦିନ ବଢି ଚାଲିଛି ଠକେଇ କାରବାର। ପ୍ରାୟ ୩୦ ଜଣ କପା ଚାଷୀଙ୍କ କୋଡିଏ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଘଟିଛି। ଗିରଫ ଦୁଇ ଜଣ ହେଲେ ତୁରେକେଲା ଥାନା ତୁରେକେଲା ଗାଁର ବିବେକାନ୍ତ ସାହୁ ଓ ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ବିନୋଦ ସାହୁ।

Advertisment

ଗତ ଜାନୁଆରୀରେ ବିବେକାନ୍ତ ସାହୁ ଓ ବିନୋଦ ସାହୁ ଚିତ୍ରାମୁଣ୍ଡା ଗାଁର ପ୍ରାୟ ୩୦ ଜଣ କପା ଚାଷୀଙ୍କଠାରୁ କୋଡିଏ ଲକ୍ଷ ଟଙ୍କାର କପା କିଣିଥିଲେ। ପରେ ଟଙ୍କା ଦେବେ ବୋଲି ଚାଷୀଙ୍କୁ କହିଥିଲେ। ହେଲେ ପରବିର୍ତ୍ତୀ ସମୟାରେ ସେମାନେ ଚାଷୀଙ୍କୁ ଧରାଛୁଆଁ ଦେଇନଥିଲେ। କପା ଚାଷୀମାନେ ଟଙ୍କା ପାଇବା ପାଇଁ ବାରମ୍ବାର ବିବେକାନ୍ତ ଓ ବନୋଦଙ୍କ ଘରକୁ ଦୌଡ଼ି ନୟାନ୍ତ ହେଲେ।

ଚାଷୀମାନେ ଟଙ୍କା ନପାଇବାରୁ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। କମଳ ଲୋଚନ ସାହୁଙ୍କ ଅଭିଯୋଗ ପରେ ସମସ୍ତ ଚାଷୀ ଥାନାକୁ ଆସିଥିଲେ। ଅଭିଯୋଗକ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ଦୁଇ କପା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହି ଦୁଇ ଜଣ ଆଗରୁ ମଧ୍ୟ ସିନ୍ଧେକେଲା ଓ ତୁରେକେଲା ଥାନା ଅଞ୍ଚଳରେ ଏମିତି ଅନେକ ଚାଷୀଙ୍କୁ ଟଙ୍କାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ସେତେବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହେଉନଥିଲା।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe