no2
ବଲାଙ୍ଗିର(ମନରଂଜନ ଜୋଶୀ) ଲକଡାଉନ ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାଗାରେ ଡ୍ୟୁଟି କରୁଛନ୍ତି ପୋଲିସ ବାହିନୀ । କିନ୍ତୁ ପୋଲିସ କେବଳ ଲକଡାଉନ ସଟଡାଉନକୁ କଡାକଡି ଲୋକଙ୍କୁ ସାବାଡ କରେ ତାହା ନୁହେଁ, ବେଳେବେଳେ ପୋଲିସ ସାଜିଯାଏ ଦେବଦୂତ । ଏମିତି ଜଣେ ଦେବଦୂତଙ୍କ ଭିଡିଓ ଏବେ ଭାଇରାଲ ହୋଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ସେ ଦେବଦୂତ ଜଣକ ହେଉଛନ୍ତି ତୁଷୁରା ଥାନାର ଏଏସଆଇ ପ୍ରଭୁଦତ୍ତ ପାଢ଼ି । ଗତକାଲି ରାତିରେ ତୁଷୁରା ସହର ଭିତରେ ଡ୍ୟୁଟି କରୁଥିଲେ ପ୍ରଭୁଦତ୍ତ । ଜଣେ ଝିଅ ହଠାତ ନିଜ ଘର ସମ୍ମୁଖରେ ପଡିଯାଇଥିଲେ ।
ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ହାତ ଉଠାଇ ପାରିନଥିଲେ । ଏହା ଦେଖିବା ପରେ ସଂଗେ ସଂଗେ ଫାଷ୍ଟଆଡ ବକ୍ସ ଆଣି ପ୍ରଭୁଦତ୍ତ ଯୁବତୀଙ୍କ ହାତରେ ବ୍ୟାଣ୍ଡିଜ କରିଥିଲେ । ତାସହିତ ତୁଷୁରା ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ ।
ତୁଷୁରା ହସପିଟାଲରେ ଏକ୍ସରେ ହୋଇନପାରିବାରୁ ଯୁବତୀ ଜଣକ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆସିଥିଲେ। କିନ୍ତୁ ସଂଗେ ସଂଗେ ଯୁବତୀଙ୍କୁ ଫାଷ୍ଟଆଡ ଚିକିତ୍ସା ଦେଇ ପ୍ରଭୁଦତ ପାଳଟିଯାଇଥିଲେ ଦେବଦୂତ । ଆଉ ଏସବୁକୁ କେହି ଜଣେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏବେ ପ୍ରଭୂଦତ୍ତଙ୍କ ମଣିଷ ପଣିଆକୁ ନେଇ ସବୁଠି ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/no2.jpg)