Advertisment

ପୁଲିସ କର୍ମଚାରୀଙ୍କ ଚୋରା ପୀରତି, ପ୍ରେମିକାଙ୍କ ଘରେ ଥିବାବେଳେ ପୁଲିସ ନେଇ ପହଞ୍ଚିଲେ ସ୍ତ୍ରୀ

ମଞ୍ଜିତଙ୍କ ପ୍ରେମିକା ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Manjit Singh

Manjit Singh

Advertisment

ପୁଲିସ କର୍ମଚାରୀଙ୍କ ନାଁରେ ଚୋରା ପୀରତି ଅଭିଯୋଗ। ସ୍ତ୍ରୀ, ପୁଅ ଘରେ ଥିବା ବେଳେ ରାତିରେ ପ୍ରେମିକା ସହ ବିତାଉଥିଲେ ସମୟ। ହଠାତ୍ ସ୍ତ୍ରୀ ପୁଲିସ ନେଇ ପହଞ୍ଚି ଯିବାରୁ ହେଲେ ହଟହଟା। ଏପରି ଏକ ଘଟଣା ଘଟିଛି ବଲାଙ୍ଗିରରେ।

Advertisment

ବଲାଙ୍ଗିର ରିଜର୍ଭ ପୁଲିସରେ କାର୍ଯ୍ୟ କରନ୍ତି ମଞ୍ଜିତ ସିଂହ ମାଝୀ। ଗତ ୭ ବର୍ଷ ତଳେ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ପୁଅଟିଏ ମଧ୍ୟ ଅଛି। ବିବାହର କିଛି ଦିନ ପରେ ମଞ୍ଜିତ ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କରେ ଆସିଥିଲେ। ଏନେଇ ସ୍ତ୍ରୀ ଜାଣିବା ପରେ ସଞ୍ଜିତଙ୍କୁ ବାରଣ କରିଥିଲା। ହେଲେ ମଞ୍ଜିତ ସ୍ତ୍ରୀଙ୍କ କଥା ଶୁଣି ନଥିଲେ।  ପ୍ରେମରେ ଏପରି ଅନ୍ଧ ହୋଇଯାଇଥିଲେ ଯେ ସମୟ ମିଳିବା ମାତ୍ରେ ସ୍ତ୍ରୀ ଓ ପୁଅ ମୁହଁକୁ ନ ଚାହିଁ ନିଜ ପ୍ରେମିକା ପାଖକୁ ଦୌଡ଼ି ଯାଉଥିଲେ।

ଗତ ରାତିରେ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ ମଞ୍ଜିତ। ଏହି ସମୟରେ ମଞ୍ଜିତଙ୍କ ସ୍ତ୍ରୀ ପୁଲିସକୁ ନେଇ ସେଠାରେ ପହଞ୍ଚି ଯାଇଥିଲେ। ସ୍ତ୍ରୀ ଓ ପୁଲିସକୁ ଦେଖି ମଞ୍ଜିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପୁଲିସ କର୍ମଚାରୀମାନେ ମଞ୍ଜିତଙ୍କୁ ପିସିଆର ଭ୍ୟାନରେ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ବରିଷ୍ଠ ଅଧିକାରୀମାନେ ମଞ୍ଜିତ ପଚରାଉଚରା କରୁଥିବା ଜଣାଯାଇଛି।

Advertisment

ତେବେ ଏନେଇ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ମଞ୍ଜିତଙ୍କ ପ୍ରେମିକା ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। 

ମଞ୍ଜିତ ପତ୍ନୀ କହିଛନ୍ତି, ମୋ ସ୍ୱାମୀ ଅନ୍ୟ ଯୁବତୀ ସହ ସଂପର୍କ ରଖିଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ସେ ମୋ କଥା ଶୁଣୁ ନାହାନ୍ତି। ମୋ ସ୍ୱାମୀ ମୋ ସହିତ ରହିବାକୁ ଚାହୁଁଛନ୍ତି ଯଦି ରହୁନ୍ତୁ ନଚେତ ସେହି ଯୁବତୀ ସହ ରୁହନ୍ତୁ। ଜଣଙ୍କ ସହ ସଂପର୍କ ରଖି ଚଳନ୍ତୁ। ହେଲେ  ସେ ମୋ ପୁଅର ପାଠପଢ଼ା ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରନ୍ତୁ। ମୁଁ ଏନେଇ ଆଇନର ଆଶ୍ରୟ ନେବି।

Odisha Police Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe