Advertisment

ମିଶନ୍‌ କଫସିରପ୍‌, ୪ କୋଟି ଟଙ୍କା ଫ୍ରିଜ୍‌

ଜବତ କଫସିରପ୍‌ର ଖୋଳତାଡ କରୁକରୁ ପୁଲସ୍‌କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ହରିୟାଣାର ଲାବୋରେଟ୍‌ କମ୍ପାନୀରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ଏସକଫ କଫସିରପ ଆସୁଥିବା ତଥ୍ୟ ସାମ୍ନାକୁ ଆସିଥିଲା।

Balangir

Balangir

Advertisment

ବଲାଙ୍ଗିରରେ ଚାଲିଛି ମିଶନ୍‌ କଫସିରପ। ଗତ ୧୩ ଦିନରେ ପୁଲିସ୍‌ ହଜାର ହଜାର ବୋତଲ କଫସିରପ ଜବତ କରିଥିବା ବେଳେ ୩୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ଓଡ଼ିଶାକୁ କଫସିରପ ଚାଲାଣ କରୁଥିବା କଲିକତା ଡାଫୋଡିଲ୍‌ କମ୍ପାନୀର ୪ କୋଟି ଟଙ୍କାକୁ ଫ୍ରିଜ୍‌ କରିଛି ପୁଲିସ।

Advertisment

ଜବତ କଫସିରପ୍‌ର ଖୋଳତାଡ କରୁକରୁ ପୁଲସ୍‌କୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ହରିୟାଣାର ଲାବୋରେଟ୍‌ କମ୍ପାନୀରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ଏସକଫ କଫସିରପ ଆସୁଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ହରିୟାଣାର ଲାବୋରେଟ୍‌ କମ୍ପାନୀର ୪୬ କୋଟି ଟଙ୍କା ଫ୍ରିଜ କରିଛି। ସେପଟେ ଆଜି କମ୍ପାନୀର ଦୁଇଜଣ କର୍ମଚାରୀ ଟାଉନ୍‌ ଥାନାକୁ ଆସି କ’ଣ ପାଇଁ ଆକାଉଣ୍ଟ ଫ୍ରିଜ କରାଗଲା ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ।

ପୁଲିସର ଓଲଟା ପ୍ରଶ୍ନବାଣରେ ସେମାନେ ଘାଇଲା ହୋଇଥିଲେ। ତିନିଜଣ ଥାନା ଅଧିକାରୀ ସେମାଙ୍କୁ ଟ୍ୟୁସନ କରିଥିଲେ। ୪୬ କୋଟି ଟଙ୍କା ଫ୍ରିଜ କରିବା ପରେ ହଡବଡେଇ ଯାଇଥିଲେ ଲାବୋରେଟ କମ୍ପାନୀ କର୍ତ୍ତୃପକ୍ଷ। ତେବେ ଏନେଇ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି କମ୍ପାନୀ କର୍ମଚାରୀ ଓ ପୁଲିସ।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe