Advertisment

ଚୁନା ହେଲା ଗ୍ୟାଙ୍ଗଷ୍ଟାର ଟିମନ ଘର, ବୁଲଡୋଜର ବୁଲାଇଲା ପ୍ରଶାସନ

ପୂର୍ବରୁ ଏକାଧିକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଟିମନ। ବଲାଙ୍ଗୀର ପୌର ସଂସ୍ଥା ଲର୍କିପାଲିଠାରେ ସରକାରୀ ଜମିକୁ ବେଆଇନ ଭାବରେ ଜବରଦଖଲ କରିଥିଲା। ଉକ୍ତ ଜାଗା ଉପରେ ସେ ଆଲିସାନ ଘର କରିଥିଲା । ଏହାବାଦ ପଥରଚେପାଠାରେ ଥିବା ସରକାରୀ ଜମିରେ ନିଜ ଅଫିସ କରିଥିଲ।

author-image
Niharika Rout
house

house

 ବଲାଙ୍ଗୀର ସହରର ଜଣାଶୁଣା ଗ୍ୟାଙ୍ଗଷ୍ଟାର ଟିମନ କୁମ୍ଭାରର ଆଲିସାନ ଘରେ ଚାଲିଲା ବୁଲଡୋଜର । କିଛି କ୍ଷଣ ମଧ୍ୟରେ ଟିମନର ଘର ଓ ଅଫିସକୁ ମାଟିରେ ମିଶାଇ ଦେଲା ପ୍ରଶାସନ ।

Advertisment

ପୂର୍ବରୁ ଏକାଧିକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଟିମନ। ବଲାଙ୍ଗୀର ପୌର ସଂସ୍ଥା ଲର୍କିପାଲିଠାରେ ସରକାରୀ ଜମିକୁ ବେଆଇନ ଭାବରେ ଜବରଦଖଲ କରିଥିଲା। ଉକ୍ତ ଜାଗା ଉପରେ ସେ ଆଲିସାନ ଘର କରିଥିଲା । ଏହାବାଦ ପଥରଚେପାଠାରେ ଥିବା ସରକାରୀ ଜମିରେ ନିଜ ଅଫିସ କରିଥିଲ।

ବଲାଙ୍ଗୀର ପୁଲିସ ଏବେ ଅପରେସନ କ୍ଲିନ କ୍ରିମିନାଲ ଅଭିଯାନ ଚଳାଇଥିବା ବେଳେ ଘର ଓ ଅଫିସ ଖାଲି କରିବାକୁ ଟିମନକୁ ନୋଟିସ କରିଥିଲା। ଏହି କ୍ରମରେ ଆଜି ବ୍ୟାପକ ଫୋର୍ସ ସହାୟତାରେ ଟିମନର ଆଲିସାନ ଘର ସମେତ ତା ଅଫିସ ଉପରେ ବି ବୁଲିଛି ବୁଲଡୋଜର। ଏହା ପୂର୍ବରୁ ଟିମନ ଉଭୟ ସ୍ଥାନକୁ ଖାଲି କରି ଦେଇଛି। 

Advertisment

ଏନେଇ ବଲାଙ୍ଗିର ସବ କଲେକ୍ଟର କୁମାର ନାଗ କହିଛନ୍ତି, ଟିମନକୁ ପୂର୍ବରୁ ନୋଟିସ ହୋଇଥିବାରୁ ଘର ଖାଲି ହୋଇଥିଲା। ସରକାରୀ ଜାଗା କବଜା କରି ବେନିୟମ କାମ କରୁଥିବାରୁ ତା’ ବିରୋଧରେ ବଲାଙ୍ଗିର ପୁଲିସ୍‌ ମାମଲା ରୁଜୁ କରିଥିଲା। ଆଗକୁ ବି ଜିଲ୍ଲାର ଅସାମାଜିକ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏସଡିପିଓ ତୋଫାନ ବାଗ କହିଛନ୍ତି, ଟିମନର ବହୁ ଅପରାଧିକ ରେକର୍ଡ ରହିଛି। ସରକାରୀ ଜାଗାରେ ସେ ଘର ଓ ଅଫିସ କରିଛି। ସବକଲେକ୍ଠରଙ୍କ ନିର୍ଦ୍ଦେଶ ଅନୁଯାୟୀ ତା’ ଘର ଓ ଅଫିସକୁ ଭଙ୍ଗା ଯାଉଛି।

Odisha Police Bolangiri