/odisha-reporter/media/post_attachments/uploads/2022/02/accidbe.jpg)
accident
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ବାଇକ ଦୁର୍ଘଟଣାରେ ଚାଲିଗଲା ପ୍ରିଜାଇଡିଂ ଅଫିସରଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଅଞ୍ଚଳରେ।
ସଇଁନ୍ତଲା ବ୍ଲକ କୁଆଁରଗାଁ ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କର ଟିଟିଲାଗଡ଼ ବ୍ଲକରେ ନିର୍ବାଚନ ଡ୍ୟୁଟି ପଡିଥିଲା। ଆଜି ଟିଟିଲାଗଡ଼ ବ୍ଲକରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଶିକ୍ଷକ ଜଣକ ଖୋଳାନ ଗାଁରେ ପ୍ରିଜାଇଣ୍ଡିଂ ଅଫିସର ଭାବରେ ଡ୍ୟୁଟି କରିଥିଲେ।
ସୂଚାରୁରୂପେ ମତଦାନ କରାଇବା ପରେ ଭୋଟ ବାକ୍ସକୁ ଟିଟିଲାଗଡ଼ ବ୍ଲକ୍ ଜିମା ଦେଇ ସୁଦାମ ବାଇକରେ ସଇଁନ୍ତଳା ବ୍ଲକ ଅର୍ନ୍ତଗତ ନିଜ ଗାଁ ଛନଛଡାକୁ ଫେରୁଥିଲେ। ଟିଟିଲାଗଡ଼-ସଇଁନ୍ତଳା ରାସ୍ତାରେ ଆସି ଗୋଏଲଭାଡି ଠାରେ ରାସ୍ତା କାଟି ଆଉ ୧୦ କିଲୋମିଟର ଯାଇଥିଲେ ନିଜ ଗାଁକୁ ପହଞ୍ଚି ଯାଇଥାନ୍ତେ। କିନ୍ତୁ ହଠାତ୍ ଏକ ଅଜଣା ଗାଡ଼ି ଧକ୍କା ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଏହି ଧକ୍କାରେ ସୁଦାମଙ୍କର ମୃତ୍ୟୁ ଘଟିଥିଲା।
ତେବେ ପରିବାର ଲୋକେ କହିଛନ୍ତି ଯେ ଆଗରେ ଛିଡ଼ା ହୋଇଥିବା ଏକ ପୁଲିସ ଭ୍ୟାନ୍ ସହ ସୁଦାମଙ୍କର ଧକ୍କା ହୋଇଥିଲା। ଏପରିକି ପୁଲିସ୍ ହିଁ ସୁଦାମଙ୍କୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ଦୁର୍ଘଟଣାରେ ଜୀବନ ଯାଇଥିବାରୁ, ରାଜ୍ୟ ସରକାର ତଥା ନିର୍ବାଚନ କମିଶନରଙ୍କ ତରଫରୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଛି ଶିକ୍ଷକ ସଂଘ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
