Advertisment

କରୋନାରେ ଚାଲିଗଲା ଜେଲରେ ବିଚାରାଧିନ କଏଦୀଙ୍କ ଜୀବନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ-କାରଗାରରେ ଏବେ କରୋନାର ଆତଙ୍କ ଦେଖା ଦେଇଛି। କାରାଗାରରେ ୧୧୭ ଜଣ ବିଚାରାଧିନ କଏଦୀ ଥିବା ବେଳେ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ଜଣେ ବିଚାରଧିନ କଏଦୀ ବଲ୍ଲଭ ପଧାନଙ୍କ ମୃତ୍ୟୁ ହେବା ପରେ କାରାଗାରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୧୫ ଦିନ ତଳେ ଧଣ୍ଡାମୁଣ୍ଡା ଗାଁ ବଲ୍ଲଭ ପଧାନଙ୍କୁ ନିଶା କାରବାର ଅଭିଯୋଗରେ ଖପ୍ରାଖୋଲ ପୁଲିସ ଗିରଫ କରିଥିଲା। ମାତ୍ର […]

author-image
Ranjit Kumar Jena
କରୋନାରେ ଚାଲିଗଲା ଜେଲରେ ବିଚାରାଧିନ କଏଦୀଙ୍କ ଜୀବନ

bolangir

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପ-କାରଗାରରେ ଏବେ କରୋନାର ଆତଙ୍କ ଦେଖା ଦେଇଛି। କାରାଗାରରେ ୧୧୭ ଜଣ ବିଚାରାଧିନ କଏଦୀ ଥିବା ବେଳେ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ଜଣେ ବିଚାରଧିନ କଏଦୀ ବଲ୍ଲଭ ପଧାନଙ୍କ ମୃତ୍ୟୁ ହେବା ପରେ କାରାଗାରରେ କୋକୁଆ ଭୟ ସୃଷ୍ଟି ହୋଇଛି।

Advertisment

ଗତ ୧୫ ଦିନ ତଳେ ଧଣ୍ଡାମୁଣ୍ଡା ଗାଁ ବଲ୍ଲଭ ପଧାନଙ୍କୁ ନିଶା କାରବାର ଅଭିଯୋଗରେ ଖପ୍ରାଖୋଲ ପୁଲିସ ଗିରଫ କରିଥିଲା। ମାତ୍ର ୮ଟି କଫ୍ ସିରଫ ବୋତଲ ଜବତ କରିଥିଲା। ଗିରଫ ପରେ କରୋନା ପରୀକ୍ଷାରେ ବଲ୍ଲଭଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ତାପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା।

ପାଟଣାଗଡ଼ ଉପ-କାରାଗାରରେ ବଲ୍ଲଭ କରୋନା ସଂକ୍ରମିତ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ଗତକାଲି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ଆଇସୋଲେସନ ୱାର୍ଡରେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଭର୍ତ୍ତି କରିଥିଲେ। ହେଲେ ଆଜି ହସପିଟାଲରେ ବଲ୍ଲଭଙ୍କର ମୃତ୍ୟୁ ହୋଇଛି।

Advertisment

ପରିବାର ଲୋକଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବାରୁ ଚିକିତ୍ସା ଅବହେଳା କାରଣରୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସେପଟେ ଆଜି ପାଟଣାଗଡ଼ ଜେଲର ଅନ୍ୟ ୨୦ ଜଣ ବିଚାରଧିନ କଏଦୀଙ୍କୁ କଣ୍ଟାବାଞ୍ଜି ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରିଦେଇଛନ୍ତି।