Advertisment

ଜେଲ୍‌ରେ ସାମ୍ୱାଦିକ ପରୀକ୍ଷା ଦେଲେ ପୁଞ୍ଜିଲାଲ୍‌

ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ।

author-image
Manoranjan Sial
undefined

Punjilal Meher

ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ଆଜି ବଲାଙ୍ଗିର ଜିଲ୍ଲା କାରାଗାରରେ ପୂଜିଲାଲ ମେହେର ସମ୍ବଲପୁର ଓପନ ୟୁନିଭର୍ସିଟିରୁ ପିଜିଜେଏମ୍‌ସିର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି। ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ।

Advertisment

ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍‌ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି। ପାଟଣାଗଡ ଏଡିଜେ କୋର୍ଟରେ ବିଚାର ପ୍ରକ୍ରିୟା ଚାଲିଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Patnagarh Parcel Bomb Case