Advertisment

ଏଠୁ ଫାଇଲ ଗଲେ ଦିଲ୍ଲୀ ଦାୟିତ୍ୱ ମୋର

ବଲାଙ୍ଗିର(ମନରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ଗତକାଲି ସରିଯାଇଛି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦକ୍ଷିଣ ଓ ପଶ୍ଚିମଓଡିଶା ଗସ୍ତ । କାର୍ଯ୍ୟକ୍ରମର ଶେଷ ଦିନରେ ବଲାଙ୍ଗିର ଆସିଥିଲେ ରେଳମନ୍ତ୍ରୀଙ୍କ ଅଶ୍ୱିନୀ । ଗତକାଲି ସକାଳୁ କଳାହାଣ୍ଡିର ଇଷ୍ଟଦେବୀ ମା ପାଣିକେଶ୍ୱରୀଙ୍କ ଦର୍ଶନ ପରେ  ବଲାଙ୍ଗିର ଟିଟିଲାଗଡ ନିକଟ ଲୁଥୁରବନ୍ଧରେ ପହଞ୍ଚିଥିଲେ।  ଆରମ୍ଭ ହୋଇଥିଲା ରୋଡ ସୋ’ କାର୍ଯ୍ୟକ୍ରମ। ପରେ ମନ୍ତ୍ରୀଙ୍କ କାରକେଡ୍ ଆଗେଇ ଚାଲିଥିଲା ।  କେତେବେଳେ ସାଧୁ ସନ୍ୟାସୀଙ୍କ ଆର୍ଶିବାଦ ନେଇଥିଲେ ତ ଆଉ କେତେବେଳେ ମନ୍ଦିର ଯାଇ […]

author-image
Tapas Behera
ଏଠୁ ଫାଇଲ ଗଲେ ଦିଲ୍ଲୀ ଦାୟିତ୍ୱ ମୋର

Ashwini Vaishnaw

ବଲାଙ୍ଗିର(ମନରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ଗତକାଲି ସରିଯାଇଛି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦକ୍ଷିଣ ଓ ପଶ୍ଚିମଓଡିଶା ଗସ୍ତ । କାର୍ଯ୍ୟକ୍ରମର ଶେଷ ଦିନରେ ବଲାଙ୍ଗିର ଆସିଥିଲେ ରେଳମନ୍ତ୍ରୀଙ୍କ ଅଶ୍ୱିନୀ । ଗତକାଲି ସକାଳୁ କଳାହାଣ୍ଡିର ଇଷ୍ଟଦେବୀ ମା ପାଣିକେଶ୍ୱରୀଙ୍କ ଦର୍ଶନ ପରେ  ବଲାଙ୍ଗିର ଟିଟିଲାଗଡ ନିକଟ ଲୁଥୁରବନ୍ଧରେ ପହଞ୍ଚିଥିଲେ।  ଆରମ୍ଭ ହୋଇଥିଲା ରୋଡ ସୋ’ କାର୍ଯ୍ୟକ୍ରମ। ପରେ ମନ୍ତ୍ରୀଙ୍କ କାରକେଡ୍ ଆଗେଇ ଚାଲିଥିଲା ।  କେତେବେଳେ ସାଧୁ ସନ୍ୟାସୀଙ୍କ ଆର୍ଶିବାଦ ନେଇଥିଲେ ତ ଆଉ କେତେବେଳେ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରିଥିଲେ।  ଖାଲି ସେତିକି ନୁହେଁ ଏ ଅଂଚଳର ପ୍ରସିଦ୍ଧ ସମ୍ବଲପୁରୀ ଜ୍ୟାକେଟ ପିନ୍ଧି ଖୁସିରେ ଗଦଗଦ ହୋଇଥିଲେ ମନ୍ତ୍ରୀ  । ବିଭିନ୍ନ ବର୍ଗର ଲୋକଙ୍କ ସହିତ ମନ୍ତ୍ରୀଙ୍କ ଫଟୋ ସୁଟ ବି କରିଥିଲେ।  ହେଲେ ଏସବୁ ଭିତରେ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଲୋକଙ୍କ ଭିତରେ ଆଶା ବଢିଛି।  ୬ ମାସ ଭିତରେ ପ୍ରକଳ୍ପକୁ ନେଇ ରିପୋର୍ଟକାର୍ଡ ଦେବା ପାଇଁ ପୁଣି ଆସିପାରନ୍ତି ରେଳମନ୍ତ୍ରୀ  ।

Advertisment

ମନ୍ତ୍ରୀ  କହିଥିଲେ ଯେ, ଲୋକଙ୍କ ପାଖରୁ ପାଇଥିବା ସ୍ନେହଶ୍ରଦ୍ଧା ମୋର ଦାୟିତ୍ୱ ବଢାଇଦେଇଛି । କ୍ଷମତା ଉପଭୋଗ ପାଇଁ ନୁହେଁ, କ୍ଷମତାର ଅର୍ଥ ହେଲା ଲୋକଙ୍କ ପାଇଁ କାମ କରିବା।  ଗତକାଲି ବଂଗୋମୁଣ୍ଡା ନିକଟରେ ଥିବା ମହିମାଗାଦିକୁ ସାଧୁସନ୍ଥଙ୍କ ଆଶୀର୍ବାଦ ନେବା ପାଇଁ ସ୍ଥାନୀୟ ସାଂସଦ ସଂଗୀତା ସିଂଦେଓଙ୍କ ସହିତ ପହଞ୍ଚିଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପରେ  କଣ୍ଟାବାଞ୍ଜିରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କଲା ପରେ ପାଟଣାଗଡ ଗଡ ଭିତରେ ଥିବା ମାଁ ଦଶମତୀଙ୍କ ଦର୍ଶନ କରିଥିଲେ ମନ୍ତ୍ରୀ  । ଜାଗା ଜାଗାରେ ଲୋକଙ୍କ ଭେଟି ଆଲୋଚନା କରିଥିଲେ ।  ଦାବି ପତ୍ର ନେଉଥିଲେ ।  ବିଭିନ୍ନ ଜାଗାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଳ୍ୟାର୍ପଣ ବି କରିଥିଲେ।  ମନ୍ତ୍ରୀଙ୍କ ରୋଡ ସୋରେ ଜାଗାଜାଗାରେ ମନମୋହୁଥିଲା ସ୍ଥାନୀୟ ସଂକୀର୍ତ୍ତନ ଓ ଦୁଲଦୁଲି ବାଜା  ।  ଏପରି ଦିନତମାମର କାର୍ଯ୍ୟକ୍ରମ ପରେ ସଂନ୍ଧ୍ୟାରେ ବଲାଙ୍ଗିର ପହଞ୍ଚିଥିଲେ ମନ୍ତ୍ରୀ ।  ଆଉ ମନ୍ତ୍ରୀଙ୍କୁ ଦଳୀୟ ନେତା ସ୍ୱାଗତ କଲା ପରେ, ସୋନପୁରରୁ ଆସିଥିବା କିଛି ସାଧାରଣ ଲୋକ ମନ୍ତ୍ରୀଙ୍କୁ ଏକ ସମ୍ବଲପୁରୀ ଜ୍ୟାକେଟ ଉପହାର ଦେଇଥିଲେ।  ଆଉ ଜ୍ୟାକେଟଟି ପାଉ ପାଉ ପିନ୍ଧି ପକାଇଥିଲେ ମନ୍ତ୍ରୀ। କହିଥିଲେ ଭେରି ନାଇସ।

ଗସ୍ତର ଶେଷ କାର୍ଯ୍ୟକ୍ରମ ଥିଲା, ସର୍କିଟ ହାଉସ ଠାରେ ଗଣମାଧ୍ୟମ ସମ୍ମିଳନୀ।   ଆରମ୍ଭରୁ ପ୍ରାକସ୍ୱାଧୀନତାର ପରିକଳ୍ପନା ଖୋର୍ଦ୍ଧା-ବଲାଙ୍ଗିରକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ରୋଚକ ଉତ୍ତର ଦେଇଥିଲେ ରେଳମନ୍ତ୍ରୀ  । କହିଥିଲେ ଜମି ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ  । ବୌଦ୍ଧ ଜିଲ୍ଳାରୁ ନୟାଗଡ ପର୍ଯ୍ୟନ୍ତ ଜଂଗଲଜମି ପଡୁଥିବାରୁ ଶୀଘ୍ର ରାଜ୍ୟ ସରକାର ପ୍ରସ୍ତାବ ଦେଲେ, ଦିଲ୍ଳୀରେ କାମ କରେଇବାର ଦାୟିତ୍ୱ ମୋର ବୋଲି କହିଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।  ଏପରିକି ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ରାଜ୍ୟ ପାଇଁ ଓ ରାଷ୍ଟ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବୋଲି କହିବା ସହିତ, ପ୍ରତିଦିନ, ପ୍ରତିସପ୍ତାହ ଓ ପ୍ରତିମାସରେ ପ୍ରକଳ୍ପର ରିଭ୍ୟୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ।  ପ୍ରକଳ୍ପ କାମ ଶେଷ ହେବାର କୌଣସି ନିର୍ଦ୍ଦିଷ୍ଟ ସମୟ ଦେଇନଥିଲେ ବି ୬ ମାସ ପରେ ମୁଁ ଆସିବି ଓ ପ୍ରକଳ୍ପର ରିପୋର୍ଟ କାର୍ଡ ଦେବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଲା ପରେ ଏବେ ସାଧାରଣ ଲୋକଙ୍କ ଆଶା ବଢିଛି ।

Advertisment