Advertisment

ଭଲ ପାଇ ପ୍ରତାରଣା କଲେ କ୍ରୀଡ଼ା ଶିକ୍ଷକ! ଥାନାକୁ ଗଲା ମାମଲା

ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୀଡ଼ା ଶିକ୍ଷକଙ୍କ ପରିବାର ଲୋକେ। ଏନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଦୀର୍ଘ ଦିନ ଧରି ବ୍ଲାକମେଲ୍‌ କରୁଥିବା କ୍ରୀଡ଼ା ଶିକ୍ଷକଙ୍କ ପରିବାର ଏତଲାରେ ଦର୍ଶାଇଛନ୍ତି।

Teacher

Teacher

Advertisment

ଚର୍ଚ୍ଚାରେ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନ। ତାଙ୍କ ନାଁରେ ଆସିଛି ପ୍ରେମ ଓ ପ୍ରତାରଣା ଅଭିଯୋଗ। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ କ୍ରୀଡ଼ା ଶିକ୍ଷକଙ୍କ ପରିବାର ଲୋକେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ କ୍ରୀଡା ଶିକ୍ଷକ ସୌରଭ ପଧାନ ବଲାଙ୍ଗିର ଟାଉନ୍‌ର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ। ପରେ ଉଭୟ ଲିଭି ଇନ୍‌ ରିଲେସନସିପ୍‌ରେ ରହୁଥିଲେ। ପ୍ରାୟ ବର୍ଷେ ଧରି ଉଭୟ ଏକାଠୀ ରହୁଥିଲେ। ସେହି ସମୟରେ ଯୁବତୀ ଜଣକ ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ମାତ୍ର ସୌରଭ ମନା କରିଥିବା ଅଭିଯୋଗ ହୋଇଛି। ପ୍ରତାରଣାର ଶିକାର ହୋଇଥିବା ପୀଡ଼ିତର ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କ୍ରୀଡା ଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୀଡ଼ା ଶିକ୍ଷକଙ୍କ ପରିବାର ଲୋକେ। ଏନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଦୀର୍ଘ ଦିନ ଧରି ବ୍ଲାକମେଲ୍‌ କରୁଥିବା କ୍ରୀଡ଼ା ଶିକ୍ଷକଙ୍କ ପରିବାର ଏତଲାରେ ଦର୍ଶାଇଛନ୍ତି।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe