/odisha-reporter/media/post_attachments/uploadimage/library/16_9/16_9_0/accident_1674105891.jpg)
accident
ବଲାଙ୍ଗିର ଜିଲ୍ଲା ପାଟଣାଗଡ-ବେଲପଡା ରାସ୍ତାର ପୋଢଛାପର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛରେ ୱିଙ୍ଗର ଭ୍ୟାନ୍ ପିଟି ହେବାରୁ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି ବିଳମ୍ବିତ ରାତିରେ ବାହାଘର ଭୋଜି ଖାଇ ବରଗଡ ଜିଲ୍ଲା ଲଚିଦା ଗାଁରୁ ୧୦ ଜଣ ୱିଙ୍ଗର ଭ୍ୟାନରେ ଘରକୁ ଫେରୁଥିଲେ। ପୋଢଛାପର ଛକ ନିକଟରେ ଏକ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିଲା। ଭ୍ୟାନଟି ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହୋଇଯିବାରୁ ଦୁର୍ଘଟଣାରେ ୧୦ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ତିନିଜଣ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
