Advertisment

ରୁଚିସ୍ମିତାଙ୍କ ମୃତ୍ୟୁ ନେଇ ବଢ଼ୁଛି ସସ୍‌ପେନ୍ସ: ବାପା’ମା’ଙ୍କ କଥାରେ ରହୁନି ତାଳମେଳ

ଗତକାଲି ରାତିରେ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ବଲାଙ୍ଗିର ସୁଦପଡାରେ ଥିବା ମାମୁ ଘରୁ ଉଦ୍ଧାର ହୋଇଥିଲା।

ଅଦ୍ୟତନ ହୋଇଛି
Ruchismita Guru

Ruchismita Guru

Advertisment

ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗଛି। ଏସବୁ ଭିତରେ ରୁଚିସ୍ମିତାଙ୍କୁ ମୃତ୍ୟୁକୁ ନେଇ ତାଙ୍କ ବାପା ମା’ ଦେଉଥିବା ପ୍ରତିକ୍ରିୟାରେ ତାଳମେଳ ରହୁ ନଥିବାରୁ ଘଟଣାଟି ଆହୁରି ରହସ୍ୟ ମଧ୍ୟକୁ ଠେଲି ହୋଇଯାଉଛି। ଝିଅ ଡିପ୍ରେସନରେ ଥିବା ବାପା ଗଣମାଧ୍ୟମ ଆଗରେ କହୁଥିବା ବେଳେ ସାମାନ୍ୟ କଳହ ଯୋଗୁ ରୁଚିସ୍ମିତା ଏପରି ପଦକ୍ଷେପ ନେଇଛି ବୋଲି ମା’ କହିଛନ୍ତି।

Advertisment

ରୁଚିସ୍ମିତାଙ୍କ ମା’ କହିଛନ୍ତି, “ ମୁଁ ଗତକାଲି ସକାଳେ ଝିଅକୁ ଆଳୁ ପରଟା ତିଆରି କରିବା ପାଇଁ କହିଥିଲି। ହେଲେ ଝିଅ ବିଳମ୍ବରେ ତିଆରି କରିବାରୁ ସାମାନ୍ୟ ବଚସା ହୋଇଥିଲା। କାହିଁକି ବଡ଼ ଲୋକଙ୍କ ମୁହଁରେ ଜବାବ ଦେଉଛୁ ବୋଊଲି ମୁଁ କହିଥିଲି। ଏଥିରେ ରାଗିଯାଇ ସେ ଆତ୍ମହତ୍ୟା କରିଥାଇପାରେ। ରୁଚିସ୍ମିତା ବହୁଥର ପୂର୍ବରୁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା।” 

ସେପଟେ ରୁଚିସ୍ମିତାଙ୍କ ବାପା ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, “ରୁଚିସ୍ମିତା ପୂର୍ବରୁ ଡିପ୍ରେସନରେ ଥିଲା। ଏଥିପାଇଁ ତା’ର ଚିକିତ୍ସା ଚାଲିଥିଲା। ଝିଅ ହିରୋଇନ୍  ହେବାପାଇଁ ଚେଷ୍ଟା କରୁଥିଲା। ସମ୍ଭବତଃ ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରେ।” 

Advertisment

ବାପା ମା’ ଆତ୍ମହତ୍ୟା ପଛର କାରଣ ଭିନ୍ନଭିନ୍ନ କହୁଥିବାରୁ ପୁଲିସ୍‌ ଦ୍ୱନ୍ଦ୍ୱରେ ପଡ଼ିଛି। ଏବେ ପୁଲିସ୍‌ ଅସଲ କାରଣ ଜାଣିବା ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। କାହିଁକି ରୁଚିସ୍ମିତା ଆତ୍ମହତ୍ୟା କଲେ? କ’ଣ ପାଇଁ ସେ ଚାପରେ ଥିଲେ? ମୃତ୍ୟୁ ବେଳକୁ ତାଙ୍କ କାନରେ ଇୟର ଫୋନ୍ ଲାଗିଥିବା କୁହାଯାଉଛି। ତେଣୁ କାହା ସହ କଥା ହେବା ପରେ ଏଭଳି ଚରମ ପଦକ୍ଷେପ ନେଲେ କି? ଏଭଳି ଅନେକ ପ୍ରଶ୍ନ ସବୁ ସାମ୍ନାକୁ ଆସୁଛି। 

ରବିବାର ସନ୍ଧ୍ୟା ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ବଲାଙ୍ଗିର ସୁଦପଡାରେ ଥିବା ମାମୁ ଘରୁ ଉଦ୍ଧାର ହୋଇଥିଲା। ସକାଳେ ମା’ଙ୍କ ସହ ଆଳୁ ପରଟାକୁ ନେଇ ଝଗଡ଼ା ହେବା ପରେ  ଦିନ ୧ଟାରେ ରୁଚିସ୍ମିତା ମାମୁ ଘରକୁ ପଳାଇ ଯାଇଥିଲେ। ମାମୁ ମାଇଁ ଗୋଟିଏ କାର୍ଯ୍ୟକ୍ରମକୁ ଯିବା ପରେ ଗତକାଲି ଦିନ ସାରା ସେ ଏକାକୀ ସେଠାରେ ରହିଥିଲେ।

ମାମୁ ମାଇଁ ସନ୍ଧ୍ୟାରେ ଘରକୁ ଫେରି କବାଟ ବାଡ଼େଇଥିଲେ ହେଁ ରୁଚିସ୍ମିତା କୌଣସି ଉତ୍ତର ଦେଇ ନଥିଲେ। ସନ୍ଦେହ ବଢ଼ିବାରୁ ମାମୁ ଝରକା ବାଟେ ଘର ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରୁଚିସ୍ମିତା ଝୁଲନ୍ତା ଅବସ୍ଥାରେ ରହିଥିବା ସେ ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମା’ଙ୍କ ସହ ବଲାଙ୍ଗିରରେ ରହୁଥିବା ରୁଚିସ୍ମିତା ଜଣେ କଣ୍ଠଶିଳ୍ପୀ ଭାବେ ପରିଚିତ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସେ ବେଶ ଲୋକପ୍ରିୟ ଥିଲେ। ସେ ବିଭିନ୍ନ ଆଲବମରେ ମଧ୍ୟ ଅଭିନୟ କରିଥିଲେ।

ଗତକାଲି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି । ରୁଚିସ୍ମିତାଙ୍କ ଏଭଳି ବିୟୋଗକୁ ଅନେକେ ବିଶ୍ୱାସ କରିପାରୁନାହାନ୍ତି। 

Odisha Police Balangir Ruchismita Guru Album Artist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe