Advertisment

ଚର୍ଚ୍ଚା ହେଲା ମଣିଷ, ବାହାରିଲା କୁକୁର ଶବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ସଂନ୍ଧ୍ୟାରେ ବଲାଙ୍ଗିର ସହର ଇଛାପଡାରେ ଏକ ଶବ ପଡିଥିବା ନେଇ ଚର୍ଚ୍ଚା ହୋଇଥିଲା । କିଛି ଲୋକ ହତ୍ୟା ପରେ କୌଣସି ବ୍ୟକ୍ତିଙ୍କୁ ଫିଙ୍ଗିଦେଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏ ସଂର୍ପକରେ ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲା ଟାଉନ ପୁଲିସର ଟିମ । ମୃତ ଦେହକୁ  ଏକ କପଡା ବନ୍ଧା ହୋଇଥିବା ବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ଟାଉନଥାନା ଅଧିକାରୀ ପ୍ରିୟଙ୍କା ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ପୌର କର୍ମଚାରୀଙ୍କୁ ଡକାଇଥିଲେ […]

author-image
Tapas Behera
ଚର୍ଚ୍ଚା ହେଲା ମଣିଷ, ବାହାରିଲା କୁକୁର ଶବ

dog-11

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ସଂନ୍ଧ୍ୟାରେ ବଲାଙ୍ଗିର ସହର ଇଛାପଡାରେ ଏକ ଶବ ପଡିଥିବା ନେଇ ଚର୍ଚ୍ଚା ହୋଇଥିଲା । କିଛି ଲୋକ ହତ୍ୟା ପରେ କୌଣସି ବ୍ୟକ୍ତିଙ୍କୁ ଫିଙ୍ଗିଦେଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏ ସଂର୍ପକରେ ଖବର ପାଇ ଘଟଣାସ୍ଥଳରେ ପହଚିଂଥିଲା ଟାଉନ ପୁଲିସର ଟିମ । ମୃତ ଦେହକୁ  ଏକ କପଡା ବନ୍ଧା ହୋଇଥିବା ବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିଲା ।

Advertisment

ଟାଉନଥାନା ଅଧିକାରୀ ପ୍ରିୟଙ୍କା ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ପୌର କର୍ମଚାରୀଙ୍କୁ ଡକାଇଥିଲେ । କରୋନା ଭୟ ଥିବାରୁ ପିପିଇ କିଟ ପିନ୍ଧି ପୌର କର୍ମଚାରୀ ମାନେ ଦୁର୍ଗନ୍ଧ ହେଉଥିବା, କପଡା ଏବଂ ଏକ ଅଖାବସ୍ତାକୁ ବାହାରକୁ ଟାଣି ଟାଣି ଆଣିଥିଲେ । ଅଖାବସ୍ତାରୁ ଦଉଡି ଲାଗିଥିବା ଏକ ଶବ ବାହାରିଥିଲା ।

ତାସହିତ ଏକ ଗଦା ମଧ୍ୟ ପଡିଥିଲା।  କେଉଁ ଜୀବର ସ୍ପଷ୍ଟ ଜଣାପଡ଼ୁନଥିଲେ ବି ପାରିପାର୍ଶ୍ୱିକ ସ୍ଥିତିରୁ କୁକୁରର ଶବ ବୋଲି ଅନୁମାନ କରିଥିଲା ପୁଲିସ। ଦୀର୍ଘ ସମୟ ଧରି ପୁଲିସ କସରତ କରିବା ପରେ  ଶେଷରେ କୁକୁରର ଶବ ବୋଲି ସ୍ପଷ୍ଟ ହୋଇଥିଲା। ଏହା ଜାଣିବା ପରେ ପୁଲିସ ସହିତ ସ୍ଥାନୀୟ ଲୋକେ ଆଶ୍ୱସ୍ଥ ହୋଇଥିଲେ ।

Advertisment