Advertisment

ଆରଆଇଙ୍କୁ କାମୁଡ଼ି ଦେଲେ ବାଲି ମାଫିଆ, ଜାଳିଦେଲେ ମୋବାଇଲ

ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ ଟିମ୍‌ ସହିତ ଅଙ୍ଗ ନଦୀ ବାଲିଘାଟକୁ ଯାଇଥିଲେ । ଅଧିକାରୀଙ୍କ ଦେଖି ବାଲି ବୋଝେଇ ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆର. ଆଇ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ ।

ଅଦ୍ୟତନ ହୋଇଛି
Attack

Attack

Advertisment

ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ଆରଆଇ। ବାଲି ମାଫିଆମାନେ ଆରଆଇଙ୍କୁ ନିର୍ଧୂମ ଛେଚିବା ସହ ତାଙ୍କ ହାତକୁ କାମୁଡ଼ି ଦେଲେ। ଏଥିସହ ନିଆଁ ଲଗାଇ ତାଙ୍କ ମୋବାଇଲକୁ ବି ପୋଡ଼ିଦେଲେ। ବାଲି ମାଫିଆଙ୍କ ଏପରି ଉତ୍ପାତ ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁରେ ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ହୋଇଥିବା ଆରଆଇଜଣକ ହେଉଛନ୍ତି ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ ।

Advertisment

ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁ ନିକଟରେ ଥିବା ଅଙ୍ଗ ନଦୀର ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଆଗଲପୁର ତହସିଲଦାର। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ ଟିମ୍‌ ସହିତ ଅଙ୍ଗ ନଦୀ ବାଲିଘାଟକୁ ଯାଇଥିଲେ । ଅଧିକାରୀଙ୍କ ଦେଖି ବାଲି ବୋଝେଇ ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆର. ଆଇ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ ।

ହଠାତ ବାଲିମାଫିଆମାନେ ଆରଆଇଙ୍କ ମୋବାଇଲ ଛଡ଼ାଇ ଦେଇ ପୋଡି ଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ସେମାନେ ଆର. ଆଇଙ୍କୁ ମାରପିଟ କରି ତାଙ୍କ ହାତକୁ କାମୁଡି ଦେଇଥିଲେ । ଆହତ ଆରଆଇଙ୍କୁ ଡୁଙ୍ଗରିପାଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ଆଗଲପୁର ତହସିଲଦାର ମେଡିକାଲରେ ପହଞ୍ଚି ଆରଆଇଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସାଲେଭଟା ଫାଣ୍ଡିରେ ପହଞ୍ଚି ଏଫଆଇଆର ଦାଖଲ କରିଛନ୍ତି । ସେପଟେ ବାଲି ମାଫିଆମାନେ ଏପରି ଘଟଣା ପରେ ଫେରାର ହୋଇ ଯାଇଛନ୍ତି।

ଏବେ ଚାରିଆଡ଼େ ଖୁଲମଖୁଲା ବାଲି ମାଫିଆଙ୍କ ଦାଦାଗିରି ଦେଖିବାକୁ ମିଳୁଛି । ସ୍ୱାର୍ଥରେ ଆଞ୍ଚ ଆସିଲେ ସେମାନେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତହସିଲଦାର, ଉପଜିଲ୍ଲାପାଳଙ୍କ ପରି ଅଧିକାରୀ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ସାରିଥିବା ବେଳେ ଏହା ଥମିବା ନାଁ ଧରୁନି।

Balangir Attack;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe