ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ପୁଲିସ ନରକଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ରେଲୱେ ଷ୍ଟେସନ ପାଖ ବେଲବାଞ୍ଜି ଜଙ୍ଗଲରେ।
ମହନିଲହ ଗାଁକୁ ଲାଗି ରହିଛି ବେଳବାଞ୍ଜି ଜଙ୍ଗଲ। ଆଜି ସକାଳେ ଜଣେ ଗ୍ରାମବାସୀ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ଓ ଏକ କପଡ଼ା ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଘଟଣାସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଛି।
ଏହା ମହିଳା କି ପୁରୁଷର କଙ୍କାଳ, ତାହା ଅସ୍ପଷ୍ଟ ରହିଛି। ଜଙ୍ଗଲ ଭିତରେ କେହି ଦୁର୍ବୃତ୍ତ କାହାକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଆଗେଇବ ବୋଲିକଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।