Advertisment

ଜଙ୍ଗଲରୁ ମିଳିଲା ନରକଙ୍କାଳ, ହତ୍ୟା ସନ୍ଦେହ

ଆଜି ସକାଳେ ଜଣେ ଗ୍ରାମବାସୀ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ପଡିଥିବା ଦେଖିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
skeletons

skeletons

Advertisment

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ପୁଲିସ ନରକଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଘଟଣା  ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ରେଲୱେ ଷ୍ଟେସନ ପାଖ ବେଲବାଞ୍ଜି ଜଙ୍ଗଲରେ।  

Advertisment

ମହନିଲହ ଗାଁକୁ ଲାଗି ରହିଛି ବେଳବାଞ୍ଜି ଜଙ୍ଗଲ।  ଆଜି ସକାଳେ ଜଣେ ଗ୍ରାମବାସୀ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ଓ ଏକ କପଡ଼ା ପଡିଥିବା ଦେଖିବାକୁ ପାଇଥିଲେ।  ଏନେଇ ଘଟଣାସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଛି। 

ଏହା ମହିଳା କି ପୁରୁଷର କଙ୍କାଳ, ତାହା ଅସ୍ପଷ୍ଟ ରହିଛି। ଜଙ୍ଗଲ ଭିତରେ କେହି ଦୁ‍ର୍ବୃତ୍ତ କାହାକୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଆଗେଇବ ବୋଲିକଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି।

Advertisment
Skeletons Balangir Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe