Advertisment

ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଳସୀନଗର ପଡା ଅୟୁର୍ବେଦିକ କଲେଜ ନିକଟରୁ ଜଣେ ଅସହାୟ ବୃଦ୍ଧାଙ୍କ ଶବ ଉଦ୍ଧାର କରିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା। ଗତ ତିନିଦିନ ହେଲା ବୃଦ୍ଧା ଜଣକ ରାସ୍ତା କଡରେ ରହୁଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା। ଖବର ପାଇବା ପରେ ଆମ୍ୱୁଲାନ୍ସ ସହାୟତାରେ ବୃଦ୍ଧାଙ୍କ ଶବକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

author-image
Ranjit Kumar Jena
ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ

bolangir

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଳସୀନଗର ପଡା ଅୟୁର୍ବେଦିକ କଲେଜ ନିକଟରୁ ଜଣେ ଅସହାୟ ବୃଦ୍ଧାଙ୍କ ଶବ ଉଦ୍ଧାର କରିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା। ଗତ ତିନିଦିନ ହେଲା ବୃଦ୍ଧା ଜଣକ ରାସ୍ତା କଡରେ ରହୁଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା।

Advertisment

ଖବର ପାଇବା ପରେ ଆମ୍ୱୁଲାନ୍ସ ସହାୟତାରେ ବୃଦ୍ଧାଙ୍କ ଶବକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ପରେ ବୃଦ୍ଧାଙ୍କ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରଖାଯାଇଛି।

ବୃଦ୍ଧାଙ୍କ ଶବ ନିକଟରେ ଥିବା ଏକ ବ୍ୟାଗରୁ ମିଲିଥିବା ଆଧାରକାର୍ଡରୁ ବୃଦ୍ଧାଙ୍କ ନାଁ, ମଥୁରା ଭୁଏ ଏବଂ ସେ ସହର ଭିତରେ ଠିକାଦାର ପଡାର ବୋଲି ଜଣାପଡିଛି। ବୃଦ୍ଧା ଜଣକ ଠିକାଦାର ପଡାରୁ ତୁଳସୀନଗରକୁ ଆସି, କାହିଁକି ରାସ୍ତାକଡରେ ରହୁଥିଲେ? ତାଙ୍କ ପରିବାରରେ ଆଉ କିଏ କିଏ ଅଛନ୍ତି? ତାଙ୍କର ମୃତ୍ୟୁର କାରଣ କଣ? ଏସବୁ କିଛି ଜଣାପଡିନାହିଁ। ମଥୁରାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ସଠିକ୍ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ସ୍ୱେଚ୍ଛାସେବୀ ।

Advertisment