Advertisment

ଯୌତୁକ ପାଇଁ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ଜଣେ ବିବାହିତା ମହିଳାଙ୍କ ଜୀବନ ନେଲା ଯୌତୁକ ରାକ୍ଷସ। ଯୌତୁକ ପାଇଁ ଶାଶୁଘର ଲୋକେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା କୁଶଙ୍ଗ ଗାଁରେ। ଲୋଇସିଂହା ଥାନା ବାଞ୍ଜିପାଲି ଗାଁର ସମାଜସେବୀ ଟଙ୍କଧର ସାହୁଙ୍କ ଝିଅ ରଜନୀଙ୍କୁ ଗତ ଦୁଇ ବର୍ଷ ତଲେ କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ବାହା ହୋଇଥିଲେ। ବିବାହ […]

ଯୌତୁକ ପାଇଁ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ଆଣିଲା ପରିବାର

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ଜଣେ ବିବାହିତା ମହିଳାଙ୍କ ଜୀବନ ନେଲା ଯୌତୁକ ରାକ୍ଷସ। ଯୌତୁକ ପାଇଁ ଶାଶୁଘର ଲୋକେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା କୁଶଙ୍ଗ ଗାଁରେ।

Advertisment

ଲୋଇସିଂହା ଥାନା ବାଞ୍ଜିପାଲି ଗାଁର ସମାଜସେବୀ ଟଙ୍କଧର ସାହୁଙ୍କ ଝିଅ ରଜନୀଙ୍କୁ ଗତ ଦୁଇ ବର୍ଷ ତଲେ କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ବାହା ହୋଇଥିଲେ। ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ଦେଇଥିଲେ ବାପଘର ଲୋକେ। କିନ୍ତୁ ବାରମ୍ୱାର ରଜନୀକୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା ଦେଇ ଆସୁଥିଲେ। ଆଜି ହଠାତ ଦୁର୍ଘଟଣାରେ ରଜନୀଙ୍କ ମୃତ୍ୟୁ ହେବା ନେଇ ଟଙ୍କଧରଙ୍କୁ ଖବର ଦେଇଥିଲେ ଜ୍ୱାଇଁ ଭୀଷ୍ମଦେବ।

ମୃତ ରଜନୀର ବେକରେ ଦାଗ ଲାଗିଥିବା ବେଳେ ସନ୍ଦେହଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଛି। ତେଣୁ ଯୌତୁକ ପାଇଁ ରଜନୀଙ୍କୁ ତାଙ୍କ ସ୍ୱାମୀ ଭୀଷ୍ମଦେବ ଏବଂ ଶାଶୁ ଶ୍ୱଶୁର ମିଳିତ ଭାବେ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଦର ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି।

Advertisment

ପୋଷ୍ଟ ମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ବଲାଙ୍ଗିର ଡିଏସପି। ଅନ୍ୟପଟେ ମୃତ ରଜନୀର ସ୍ୱାମୀ ଭୀଷ୍ମଦେବ, ତାଙ୍କ ପତ୍ନୀଙ୍କର ହିଟର କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ସଫେଇ ଦେଇଛନ୍ତି। ଏବେବି ରହସ୍ୟ ଭିତରେ ରହିଛି ରଜନୀର ମୃତ୍ୟୁ କାହାଣୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe