Advertisment

ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଚିକିତ୍ସା ଅବହେଳାରୁ ରୋଗୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଯେଉଁକାରଣରୁ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଆଶ୍ରମ ପଡ଼ାର ପ୍ରେମ ମେହେରଙ୍କ ଦେହ ଅସୁସ୍ଥ ହେବାରୁ ଆଜି ସକାଳେ ତାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

author-image
Ranjit Kumar Jena
ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା

kantabanji

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଚିକିତ୍ସା ଅବହେଳାରୁ ରୋଗୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଯେଉଁକାରଣରୁ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ମିଶି ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ହସ୍ପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଆଶ୍ରମ ପଡ଼ାର ପ୍ରେମ ମେହେରଙ୍କ ଦେହ ଅସୁସ୍ଥ ହେବାରୁ ଆଜି ସକାଳେ ତାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ତାଙ୍କୁ ଡାକ୍ତର ଅକ୍ସିଜେନ୍ ଦେଇନଥିଲେ। ଯାହା ଫଳରେ ଚିକିତ୍ସା ଅବହେଳାରୁ ଓ ଠିକ୍ ସମୟରେ ଅକ୍ସିଜେନ ନମିଳିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଯାହା ପରେ ହସ୍ପିଟାଲରେ ଖୁବ୍ ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ରାଗରେ ଉତ୍ତକ୍ତ ହୋଇ ହସ୍ପିଟାଲରେ ପରିସର ଭିତରେ ହୋହଲ୍ଲା କରି ଗ୍ଲାସ, କବାଟ, ଭଙ୍ଗାରୁଜା କରିଥିଲେ। ହସ୍ପିଟାଲରେ ଚାପା ଉତ୍ତେଜନା ହେବାରୁ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଆଇଆଇସିଙ୍କ ସହ ପୁଲିସ ଫୋର୍ସ ପହଞ୍ଚିଥିଲା।

Advertisment

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆସିଥାଏ। କିଛି ମାସ ଆଗରୁ ମଧ୍ୟ ଡାକ୍ତରଙ୍କ ଭୁଲ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ହୋଇଥିଲା।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ସିଡିଏମଓ। ସେ କହିଛନ୍ତି, ଏ ବିଷୟରେ ମୁଁ କିଛି ଜାଣି ନାହିଁ। ଯଦି ଏଭଳି କିଛି ଘଟିଥାଏ, ତାହେଲେ ଏହାର ନିଶ୍ଚିତ ତଦନ୍ତ କରାଯିବ ବୋଲି ସିଡିଏମଓ କହିଛନ୍ତି।