Advertisment

ନାଏବ ସରପଞ୍ଚଙ୍କ ସମର୍ଥକଙ୍କ ମାଡ଼ରେ ସରପଞ୍ଚଙ୍କ ସମର୍ଥକ ଲହୁଲୁହାଣ, ପୁଲିସ୍‌ ବି ବର୍ତ୍ତିଲାନି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନାଏବ ସରପଞ୍ଚଙ୍କ ସମର୍ଥକଙ୍କ ମାଡ଼ରେ ଲହୁଲୁହାଣ ହେଲେ ସରପଞ୍ଚଙ୍କ ଗୋଷ୍ଠୀର ଲୋକ । ଏପରିକି ଏହି ଆକ୍ରମଣରେ ସରପଞ୍ଚଙ୍କ ୪ ସମର୍ଥକ ଗୁରୁତର ହୋଇଛନ୍ତି ।  ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ପୁଲିସ୍‌କୁ ବି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଚନ୍ଦନଭାଟି ଗାଁରେ ଗତକାଲି ରାତିରେ ଘଟିଛି। ପଞ୍ଚାୟତ ନିର୍ବାଚନରେ ଚନ୍ଦନଭାଟି ଗାଁର କଂଗ୍ରେସ ସମର୍ଥିତ ସରପଂଚ ପ୍ରାର୍ଥୀ ସୀତା ମେହେରଙ୍କୁ […]

ଅଦ୍ୟତନ ହୋଇଛି
ନାଏବ ସରପଞ୍ଚଙ୍କ ସମର୍ଥକଙ୍କ ମାଡ଼ରେ ସରପଞ୍ଚଙ୍କ ସମର୍ଥକ ଲହୁଲୁହାଣ, ପୁଲିସ୍‌ ବି ବର୍ତ୍ତିଲାନି

police

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ନାଏବ ସରପଞ୍ଚଙ୍କ ସମର୍ଥକଙ୍କ ମାଡ଼ରେ ଲହୁଲୁହାଣ ହେଲେ ସରପଞ୍ଚଙ୍କ ଗୋଷ୍ଠୀର ଲୋକ । ଏପରିକି ଏହି ଆକ୍ରମଣରେ ସରପଞ୍ଚଙ୍କ ୪ ସମର୍ଥକ ଗୁରୁତର ହୋଇଛନ୍ତି ।  ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ପୁଲିସ୍‌କୁ ବି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଚନ୍ଦନଭାଟି ଗାଁରେ ଗତକାଲି ରାତିରେ ଘଟିଛି।

Advertisment

ପଞ୍ଚାୟତ ନିର୍ବାଚନରେ ଚନ୍ଦନଭାଟି ଗାଁର କଂଗ୍ରେସ ସମର୍ଥିତ ସରପଂଚ ପ୍ରାର୍ଥୀ ସୀତା ମେହେରଙ୍କୁ ପରାସ୍ତ କରି ବଘଳା ଗାଁର ବିଜେଡି ସମର୍ଥିନ ସରପଂଚ ପ୍ରାର୍ଥୀ ପଂକଜିନୀ ମେହେର ବିଜୟୀ ହୋଇଥିଲେ । ସେହିଦିନଠାରୁ ଉଭୟ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଥିଲା । ହେଲେ ଗତକାଲି ହୋଇଥିବା ନାଏବ ସରପଂଚ ନିର୍ବାଚନରେ ସୀତା ମେହେରଙ୍କ ସ୍ୱାମୀ ସଂକୀର୍ତ୍ତନ ବିଜୟୀ ହୋଇଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହ ବଘଳା ଗାଁରେ ସମର୍ଥକଙ୍କ ସହିତ ଶୋଭାଯାତ୍ରା କରିଥିଲେ । ଏହି ସମୟରେ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା ।

[caption id="attachment_719840" align="aligncenter" width="650"]police ପୁଲିସ୍‌ ଛାଉଣୀରେ ପରିଣତ ହୋଇଛି ଚନ୍ନଦନଭାଟି ଗାଁ।[/caption]

Advertisment

ନାଏବ ସରପଞ୍ଚ ସଂକୀର୍ତ୍ତନଙ୍କ ସମର୍ଥକମାନେ ବିଜୟୀ ସରପଂଚ ପଂକଜିନୀଙ୍କ ସମର୍ଥକଙ୍କୁ ନିର୍ଧୂମ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସରପଞ୍ଚଙ୍କ ଗୋଷ୍ଠୀର ୪ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗଣ୍ଡଗୋଳ ସଂପର୍କରେ ଖବର ପାଇ ବଲାଙ୍ଗିର ସଦର ପୁଲିସ୍‌ର ଏକ ଟିମ୍‌ ଚନ୍ଦନଭାଟି ଗାଁରେ ପହଞ୍ଚିଥିଲେ । ପୁଲିସ୍‌ ଗାଡିକୁ ଦେଖିବା ପରେ ହଠାତ ଟେକାପଥର ମାଡ କରିଥିଲେ ଉତ୍ୟକ୍ତ ଲୋକେ । ଫଳରେ ପୁଲିସ୍‌ ଗାଡି କାଚ ଭାଙ୍ଗିଯାଇଥିଲା । ଏହି ସଂଘର୍ଷରେ ପୁଲିସ୍‌ କର୍ମୀ ଆହତ ହୋଇଥିବା  ଜଣାପଡିଛି ।

ଏହାପରେ ବ୍ୟାପକ ପୁଲିସ୍‌ ଫୋର୍ସ ପହଚିଂ ପରିସ୍ଥିତିକୁ ଆୟତ୍ତ କରିଥିଲେ । ଚନ୍ଦନଭାଟି ଗାଁରେ ପୁଲିସ୍‌ ଫୋର୍ସ ମୁତୟନ ଅଛନ୍ତି । ପଂଚାୟତରେ ଚାପା ଉତ୍ତେଜନା ଲାଗି ରହିଛି । ଏ ପର୍ଯ୍ୟନ୍ତ   କାହାରିକୁ ଅଟକ କିମ୍ବା  ଗିରଫ କରି ନ ଥିବା ଜଣାପଡିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe