Advertisment

ଆଉ କଲେଜ ଆସିବିନି ...

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ନେଇ ତନାଘନା। ବଲାଙ୍ଗିରରେ ମାରାଥନ ତଦନ୍ତ କରୁଛି ପାରଳାଖେମୁଣ୍ଡି ପୁଲିସ।  ଗତକାଲି ରାତିରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ ବଲାଙ୍ଗିର ଆସିଥିଲେ।  ଆଜି ସକାଳେ ପ୍ରଥମେ  ଟାଉନ ଥାନାକୁ ଯାଇଥିଲା ଟିମ । ତାପରେ ଟାଉନ ପୁଲିସର ଏକ ଟିମ ସହିତ ପାରଳାଖେମୁଣ୍ଡି ପୁଲିସ ଟିମ ଲର୍କିପାଲି ଠାରେ ଥିବା ପ୍ରାଣୀଧନ ନୀରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲା। ସେଠାରେ ନିର୍ଦ୍ଦେଶକ ହେମନ୍ତ କୁମାର […]

ଅଦ୍ୟତନ ହୋଇଛି
ଆଉ କଲେଜ ଆସିବିନି ...

Souma and Bidya

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ନେଇ ତନାଘନା। ବଲାଙ୍ଗିରରେ ମାରାଥନ ତଦନ୍ତ କରୁଛି ପାରଳାଖେମୁଣ୍ଡି ପୁଲିସ।  ଗତକାଲି ରାତିରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ ବଲାଙ୍ଗିର ଆସିଥିଲେ।  ଆଜି ସକାଳେ ପ୍ରଥମେ  ଟାଉନ ଥାନାକୁ ଯାଇଥିଲା ଟିମ । ତାପରେ ଟାଉନ ପୁଲିସର ଏକ ଟିମ ସହିତ ପାରଳାଖେମୁଣ୍ଡି ପୁଲିସ ଟିମ ଲର୍କିପାଲି ଠାରେ ଥିବା ପ୍ରାଣୀଧନ ନୀରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲା। ସେଠାରେ ନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ଅଫିସ ଭିତରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସେଠାରେ ନିର୍ଦ୍ଦେଶକ, ଜଣେ କିରାଣି ଏବଂ ଦୁଇ ଜଣ ପିଅନଙ୍କୁ ପଚରା ଉଚୁରା କରିଥିଲା ପୁଲିସ । ଏପରିକି ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ସକାଳ ୧୦ଟାରୁ ୩ ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ଚାଲିଥିଲା ତଦନ୍ତ।

Advertisment

ଅଫିସ ଭିତରେ ତଦନ୍ତ ସାରିବା ପରେ ବିଦ୍ୟାଭାରତୀ ପଢୁଥିବା କ୍ଲାସରୁମକୁ ଛାନଭିନ କରିଥିଲା ପୁଲିସ।  ତାପରେ ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲକୁ ଯାଇଥିଲା ପୁଲିସ ଟିମ। ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲର ରୁମ ନମ୍ୱର-୧ ରେ ତାଲା ପଡିଥିଲା । ଚାବିକାଠି ବିଦ୍ୟାଭାରତୀ ସହ ରହୁଥିବା ସାଂଗ ମାନେ ରଖିଥିବାରୁ ପୁଲିସ  ରୁମକୁ ସିଲ କରିଥିଲା । ତାଲିମ କେନ୍ଦ୍ରରୁ କିଛି ଜରୁରୀ କାଗଜ ପତ୍ରକୁ ନିଜ ହେପାଜତକୁ ନେଇଛି ପୁଲିସ । ବଲାଙ୍ଗିରରେ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଉପରେ ପ୍ରାଣିଧନ ନୀରିକ୍ଷକ ପ୍ରଶିକ୍ଷଣର ନିର୍ଦ୍ଦେଶକ କହିଛନ୍ତି ଯେ, ତାହା ବ୍ୟାଚଲର ପାର୍ଟି ନଥିଲା, କେବଳ କ୍ୟାଣ୍ଟିନରେ ସାଂଗ ମାନଙ୍କୁ ଦିଆଯାଇଥିବା ଭୋଜି ବୋଲି କହିଛନ୍ତି।

ସେପଟେ କିନ୍ତୁ ଆଜି ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପରୀକ୍ଷା ପରେ ୧୩ ତାରିଖରେ ବିଦ୍ୟାଭାରତୀ ଏକ ବଡ ଟ୍ରଲି ବ୍ୟାଗରେ ନିଜର ସବୁକିଛି ସାମଗ୍ରୀ ଧରି ଯାଇଥିଲେ  ଏବଂ ସାଂଗ ମାନଙ୍କୁ ଆଉ ଆସିବିନି ବୋଲି କହିଥିଲେ । ତାଲିମ ସରିନଥିବା ଏବଂ ଫାଇନାଲ ପରୀକ୍ଷା ବାକି ଥିବା ଵେକେ ବିଦ୍ୟାଭରତୀ କ’ଣ ପାଇଁ ଆଉ ହଷ୍ଟେଲକୁ ଫେରିବେ ନି ବୋଲି କହିଥିଲେ ତାହା ଏବେ ତଦନ୍ତ ସାପେକ୍ଷ । ନିର୍ଦ୍ଦେଶକ ପୁଲିସକୁ ସବୁ ପ୍ରକାର ତଥ୍ୟ ଯୋଗେଇ ଦିଆଯାଇଥିବା କହିଛନ୍ତି । ସେପଟେ ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe