Advertisment

ପୌରଧ୍ୟକ୍ଷାଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଆଜି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ।

ଅଦ୍ୟତନ ହୋଇଛି
Municipal executive apologizes to municipal council chairperson

Municipal executive apologizes to municipal council chairperson

Advertisment

‘କିଏ ଏଠି ହେଡ୍। ମୁଁ ନା ତୁମେ। କିଏ କାହା ନିର୍ଦ୍ଦେଶକୁ ମାନିବ। ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି। ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି।’ ଆଜି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ। ମନାନ୍ତର, ମତାନ୍ତର ଓ ଦୁର୍ବ୍ୟବହାର ଅଭିଯୋଗ କରି ପୌର ଅଧ୍ୟକ୍ଷା ଧାରଣା ଦେଇଥିଲେ। ଧାରଣା ଦେବାର କିଛି ସମୟ ପରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ ପହଞ୍ଚି ହାତ ଯୋଡ଼ି କ୍ଷମା ମାଗିବା ସହ ଧାରଣାରୁ ଉଠିବାକୁ କହିବା ବେଳେ ପୌରଧ୍ୟକ୍ଷା ପ୍ରଥମେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଉତ୍ତର ଦେବାକୁ କହୁଥିଲେ। ହେଲେ ପୌର କାର୍ଯ୍ୟନିବାହୀ ବାରମ୍ବାର ଭୁଲ ମାଗିବା ସହ ପୌରଧ୍ୟକ୍ଷାଙ୍କୁ ହେଡ୍ ବୋଲି କହୁଥିଲେ ଓ ଭଉଣୀ ବୋଲି ସମ୍ବୋଧନ କରି ଧାରଣାରୁ ଉଠିବାକୁ ନିବେଦନ କରିଥିଲେ। ଆଜି ଏହି ଘଟଣା ସ୍ଥାନୀୟ ରାଜନୀତି ଓ ସାଧାରଣରେ ବେଶ ହଟଚମଟ ସୃଷ୍ଟି କରିଛି।

Advertisment

ପୌରଧ୍ୟକ୍ଷା କହିଛନ୍ତି, ଲୋକଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ର ସ୍ଵର୍ଗ ଧାମର ରକ୍ଷଣା ବେକ୍ଷଣକୁ ନିମନ୍ତେ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ପଦକ୍ଷେପ ନେବାକୁ ବାରମ୍ବାର ଫୋନ୍‌ ଯୋଗେ ବାର୍ତ୍ତା ଦେଇ କହିଛନ୍ତି। ହେଲେ ସେ ଗୁଡ୍‌ ବୋଲି ଲେଖି ଦେଇ କୌଣସି ପଦକ୍ଷେପ ନେଉ ନ ଥିଲେ। ଏପରିକି ଅଫିସ୍‌ ଚାମ୍ବରକୁ ଏ ବାବଦରେ ଆଲୋଚନା ନିମନ୍ତେ ଡାକିଲେ ଆସୁ ନ ଥିଲେ। ତେଣୁ ଗତକାଲି ବାଧ୍ୟ ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଚାମ୍ବରକୁ ଏହାର ଜବାବ ପାଇବା ପାଇଁ ଯାଇଥିଲେ। ଏଠାରେ କିଏ ହେଡ୍, କିଏ କାହା ନିର୍ଦ୍ଦେଶ ପାଳନ କରିବ ବୋଲି ପଚାରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ହେଡ୍‌ କରିବା ସହ ତାଙ୍କ କଥା ମାନିବେନି ବୋଲି କହିବାରୁ ସେ ଆଜି ସକାଳୁ ଧାରଣାରେ ବସିଥିଲେ। ତାଙ୍କୁ ବସିବା ନିମନ୍ତେ ସ୍ଥାନ ନ ଦେଖାଇବା ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଚାମ୍ବର ଦୁଆରେ ବସିବାକୁ ବାଧ୍ୟ ହୋଇଥିଲେ।

କାର୍ଯ୍ୟନିବାହୀଙ୍କ ଅଫିସ୍‌ ଚାମ୍ବର ଦୁଆର ମୁହଁରେ ବସି ଅଫିସ୍ ଫାଇଲ୍ କାମ ଗୁଡ଼ିକ କରିବାରୁ ଧିରେଧିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହା ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସ୍‌ ବାହାରକୁ ଆସି ପୌରାଧ୍ୟକ୍ଷଙ୍କୁ କ୍ଷମା ମାଗିଥିଲେ। ପୌରାଧ୍ୟକ୍ଷଙ୍କୁ ହେଡ୍‌ ବୋଲି କହିବା ସହ ଭଉଣୀ ବୋଲି ସମ୍ବୋଧନ କରି ଉଠିବାକୁ କହିଥିଲେ।

Advertisment
municipal council chairperson Mamata Devi Jainପୌରଧ୍ୟକ୍ଷା ଧାରଣା ଦେବା ସହ ତଳେ ବସି କାମ କରୁଛନ୍ତି।

ପରେ ପୌରାଧ୍ୟକ୍ଷ ଧାରଣାରୁ ଉଠିଥିଲେ। ତାଙ୍କୁ ଧରି ନେଇ ପୌରାଧ୍ୟକ୍ଷା ଚାମ୍ବରରେ ଛାଡ଼ିଥିଲେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ହେଲେ ଏହି ସମୟରେ ତାଙ୍କ ଆଖିରେ ଆଖିଏ ଲୁହ ଦେଖିବାକୁ ମିଳିଥିଲା। ଯେଉଁଥିରୁ ତାଙ୍କ ଆତ୍ମସମ୍ମାନ ପ୍ରତି କଠୋର ଧକ୍କା ଲାଗିଥିବା ଜଳଜଳ ଦିଶିଥିଲା।

municipal council chairperson Mamata Devi Jainଧାରଣାରୁ ଉଠିବା ପରେ କାନ୍ଦୁଛନ୍ତି ପୌରାଧ୍ୟକ୍ଷା

ଏନେଇ ପଚାରିବାକରୁ କାର୍ଯ୍ୟନିର୍ବାହୀ ନିର୍ବାହୀ ଅଧିକାରୀ କହିଛନ୍ତି, ସାମାନ୍ୟ ମନୋମାଳିନ୍ୟ ଥିଲା। କୌଣସି ଦୁର୍ବ୍ୟବହାର କରିନାହାନ୍ତି। ଏହାର ସମାଧାନ ହୋଇଯାଇଛି।

ରିପୋର୍ଟ- ଟିଟିଲାଗଡ଼ରୁ ମାନସ ରଞ୍ଜନ ମହାନ୍ତି

Odisha Politics Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe