ଧୋକା ଦେଲେ ସ୍ୱାମୀ, ଥାନାରେ ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର) ରୀତିନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତ ଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ ଦଶ ବର୍ଷରେ ସ୍ତ୍ରୀକୁ ଦେଲେ ଧୋକ୍କା । ଅନ୍ୟଜଣେ ବିବାହିତା ମହିଳା ସହିତ ରଖିଲେ ସଂପର୍କ । ଆଉ ଏବେ ନ୍ୟାୟ ପାଇଁ ବାର ଦୁଆର ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ […]

690

Tapas Behera
  • Published: Thursday, 05 August 2021
  • , Updated: 05 August 2021, 04:09 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର) ରୀତିନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତ ଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ ଦଶ ବର୍ଷରେ ସ୍ତ୍ରୀକୁ ଦେଲେ ଧୋକ୍କା । ଅନ୍ୟଜଣେ ବିବାହିତା ମହିଳା ସହିତ ରଖିଲେ ସଂପର୍କ । ଆଉ ଏବେ ନ୍ୟାୟ ପାଇଁ ବାର ଦୁଆର ସ୍ତ୍ରୀ ।

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଂଚଳରେ । ୨୦୧୨ ମସିହାରେ ଲରମ୍ଭା ଥାନା ଖୁଣ୍ଟସମଲେଇ ପଂଚାୟତ ଅନ୍ତର୍ଗତ ମରାଲ ଗାଁର ପଦ୍ମିନୀ ସାହୁ ପାଟଣାଗଡ ଥାନା ବାଲିପଟା ପଂଚାୟତ ଅନ୍ତର୍ଗତ ଫୁଡୁକୁପରା‍ ଗାଁର ଗଜାନନ ସାହୁଙ୍କୁ ବାହା ହୋଇଥିଲେ । ତାଙ୍କର ୯ ବର୍ଷର ଝିଅଟିଏ ମଧ୍ୟ ଅଛି । କିନ୍ତୁ ଗତ ବର୍ଷେ ହେଲା ସ୍ୱାମୀ ଗଜାନନ ଯୌତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ।

ପରେ ଜଣା ପଡିଥିଲା ଯେ ତାଙ୍କ ସ୍ୱାମୀ ଗାଇସିଲେଟ ଥାନା ଲେଵଡି ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରୁଛନ୍ତି । ଦୁଇଟି ସନ୍ତାନର ମାକୁ ଘରକୁ ଅଣି ସ୍ତ୍ରୀର ମାନ୍ୟତା ଦେବା ପାଇଁ ଜିଦି କରିଥିଲେ ସ୍ୱାମୀ ଗଜାନନ ।  ଏହାକୁ ବିରୋଧ କରିଥିଲେ ପଦ୍ମିନୀ । ତାପରେ ସ୍ୱାମୀ ନିଜର ବଡଭାଇ ଓ ଭାଉଜ ସହିତ ମିଶି ପଦ୍ମିନୀକୁ ହତ୍ୟା ଉଦ୍ୟମ କରିବା ଏବଂ ଘରୁ ତଡିଦେଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି। ପୁଲିସ କୌଣସି ପଦକ୍ଷେପ ନନେବାରୁ ଏବେ ଗଜାନନ ନିଜର ପ୍ରେମିକାକୁ ଆଣି ନିଜ ଘରେ ରଖିଛନ୍ତି । ଲରମ୍ଭା ଥାନା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପଦ୍ମିନୀ ନିଜର ୯ ବର୍ଷର ଝିଅ ସହିତ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ଗଜାନନ କିମ୍ୱା ପୁଲିସର ମତାମତ ମିଳିପାରିନାହିଁ ।

Related story