/odisha-reporter/media/post_attachments/uploadimage/library/16_9/16_9_0/Loot_1680666703.jpg)
Loot
ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତମାନେ ନେଇଗଲେ ଟଙ୍କା ଓ ମୋବାଇଲ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ, ଗତକାଲି ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗାଁର ରମେଶ ବନଛୋର ଓ ପୃଥିରାଜ୍ ଚନ୍ଦନ ରେଲୱେ ଷ୍ଟେସନରୁ କଣ୍ଟାବାଞ୍ଜି ବସଷ୍ଟାଣ୍ଡକୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ବାଟରେ ବେଳେ ୪ ରୁ ୫ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ୨ଜଣକୁ ଘେରି ଯାଇଥିଲେ। ଟଙ୍କା ଓ ମୋବାଇଲ ଦେବାକୁ ଛୁରୀ ଦେଖାଇ ଧମକାଇଥିଲେ।
ରମେଶ ଓ ପୃଥିରାଜ୍ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ରମେଶଙ୍କ ଗଳାକୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ରମେଶ ଓ ପୃଥିରାଜଙ୍କ ପାଖରୁ ୨୩୦୦ ଟଙ୍କା ଓ ୨ଟି ମୋବାଇଲ ନେଇ ଚମ୍ପଟ ମାରିଥିଲେ।
Advertisment
ସ୍ଥାନୀୟ ଲୋକଙ୍କ ସହାୟତାରେ ପୃଥିରାଜ ରମେଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
