Advertisment

ଟ୍ରାକ୍ଟରକୁ ଧକ୍କା ଦେଇ ଜଳିଗଲା ପିକଅପ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଆଜି ରାତି ପ୍ରାୟ ୯ଟା ବେଳେ ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାର ଦେଓଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
The pickup crashed

The pickup crashed

Advertisment

ଟ୍ରାକ୍ଟରକୁ ଧକ୍କା ଦେଇ ଜଳିଗଲା ପିକଅପ। ପିକ୍‌ଅପ୍‌ ଭିତରୁ ବାହାରି ନ ପାରି ଆହତ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଜି ରାତି ପ୍ରାୟ ୯ଟା ବେଳେ ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାର ଦେଓଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। 

Advertisment

ସୂଚନା ମୁତାବକ, ଟିଟିଲାଗଡ଼ ପଟୁ ଆସୁଥିବା ଏକ ଆମ୍ବ ବୋଝେଇ ପିକଅପ୍‌ ସହ ବଲାଙ୍ଗୀର ପଟୁ ଯାଉଥିବା ଟ୍ରାକ୍ଟର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ହଠାତ ପିକଅପରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଜଣକ ବାହାରକୁ ବାହାପାରିନଥିଲେ। ସ୍ଥାନୀୟ ଲୋକେ ଦେଖିବା ବେଳକୁ ପିକଅପ୍‌ ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।

ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ- ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର

Burnt To Death Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe