Advertisment

ଅପରାଧୀ ପୁଅକୁ ଜେଲ୍ ପଠାଇଲେ ବାପା

ନୀଳକଣ୍ଠ ଓରଫ୍ ଆଲୋକ ନାଁରେ ହତ୍ୟା ଉଦ୍ୟମ, ଲୁଟ୍‌ ଭଳି ବହୁ ଅପରାଧିକ ମାମଲା ଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Balangir

Balangir

ଅପରାଧୀ ପୁଅକୁ ଜେଲ ପଠାଇଲେ ବାପା। ଘଟଣା ଘଟିଛି ବଲାଙ୍ଗିରରେ ସହରର ରାଜୀବନଗର ପଡାରେ। ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ଏତଲା ଆଧାରରେ ପୁଅ ନୀଳକଣ୍ଠ ପଟ୍ଟନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।

Advertisment

ସୂଚନା ଅନୁସାରେ, ନୀଳକଣ୍ଠ ଓରଫ୍ ଆଲୋକ ନାଁରେ ହତ୍ୟା ଉଦ୍ୟମ, ଲୁଟ୍‌ ଭଳି ବହୁ ଅପରାଧିକ ମାମଲା ଥିଲା। ଏନେଇ ନୀଳକଣ୍ଠ ଜେଲ ଯାଇ ଜାମିନରେ ଆସିଥିଲେ। ଏହାପରେ ପୁଣି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ। ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ୍ ମଧ୍ୟ କରୁଥିଲେ।

ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ନୀଳକଣ୍ଠଙ୍କ ବାପା ଲକ୍ଷ୍ମୀକାନ୍ତ ଟାଉନ ଥାନାରେ ପୁଅ ନାଁ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନୀଳକଣ୍ଠଙ୍କୁ ଗତକାଲି ଗିରଫ କରି ଜେଲ ପଠାଇଛି। ଲକ୍ଷ୍ମୀକାନ୍ତଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ ଓ ଭୁଜାଲିକୁ ପୁଲିସ ଜବତ କରିଛି। ତେବେ ଏନେଇ ପୁଲିସ ଅଧିକାରୀ କିମ୍ବା ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Odisha Police Balangir Criminal Arrested