Advertisment

ପ୍ରେମରେ ବିଫଳ ଯୁବକ ଲଗାଇଦେଲା ନିଆଁ, ଯୁବତୀଙ୍କ ସମେତ ମା’ ଓ ଭାଇ ଗୁରୁତର

ଯୁବତୀ ଜଣକ ଚାକିରି ପାଇବା ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ସ୍ୱସ୍ତିକ ପ୍ରତିଶୋଧ ପରାୟଣ ହୋଇ ମଦ ପିଇବା ପରେ ଏପରି ଘଟଣା ଘଟାଇଥିବା ପ୍ରାଥମିକ ସୂଚନା ମିଳିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
The young man who failed in love set the fire

The young man who failed in love set the fire

ପ୍ରେମରେ ବିଫଳ ଯୁବକ ରାଗରେ ନିଆଁବାଣ ହୋଇ ଯୁବତୀଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଦେଲା। ନିଆଁରେ ପୋଡ଼ି ହୋଇ ଯୁବତୀଙ୍କ ସମେତ ତାଙ୍କ ମା’ ଓ ଭାଇ ଗୁରୁତର ହୋଇଛନ୍ତି। ସେମାନେ ଘରେ ଶୋଇଥିବା ବେଳେ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିଲା। ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲାଠୋର ରାଧାରାଣୀପଡ଼ାରେ ଏହି ଘଟଣା ଘଟିଛି। ଖବର ପାଇ ଲାଠୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପରେ ସମସ୍ତଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତକୁ କାବୁ କରି ପୁଲିସ ପଚରାଉଚରା ଚଳାଇଛି।

Advertisment

ଯୁବତୀଙ୍କ ପରିବାର ଲୋକେ ରାଧାରାଣୀପଡ଼ାରେ ଏକ ଘର ଭଡ଼ାରେ ନେଇ ରହୁଥିଲେ। ଉନ୍ମତକାଣ୍ଡ ଘଟାଇଥିବା ଯୁବକ ଜଣକ ଢେଙ୍କାନାଳର ସ୍ୱସ୍ତିକ ଦାସ। ଯୁବତୀ ଜଣକ ଚାକିରି ପାଇବା ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ସ୍ୱସ୍ତିକ ପ୍ରତିଶୋଧ ପରାୟଣ ହୋଇ ମଦ ପିଇବା ପରେ ଏପରି ଘଟଣା ଘଟାଇଥିବା ପ୍ରାଥମିକ ସୂଚନା ମିଳିଛି।

ଲାଠୋର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ନିଆଁ ଲଗାଇବା ପରେ ଅଭିଯୁକ୍ତ ଯୁବକ ମଧ୍ୟ ଏହା ସଂସ୍ପର୍ଶରେ ଆସି ଗୁରୁତର ହୋଇଛି। ତେଣୁ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡ଼େକ

Bolangir Cheat Love Fire Mishap