Advertisment

କେହି ଜାଣି ପାରିଲେନି, ଗୋଟିଏ ରାତି ଭିତରେ ତିନି ପରିବାରରୁ ଚୋରି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବର୍ତ୍ତମାନର କରୋନା କାଳରେ ବି ଖୁବ୍ ମାତିଛନ୍ତି ଚୋର। କେତେ ବେଳେ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ ହେଉଛି ତ କେଉଁଠାରେ ଘରେ ପଶି ମଧ୍ୟ ଚୋରି କରାଯାଉଛି। ତେବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ପୁଇଁନ୍ତଲା ଥାନା ଠେଲକୋମୁଣ୍ଡା ଗାଁର ଗ୍ରାମବାସୀ ଏବେ ଚୋରଙ୍କ ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଗତ ରାତିରେ ଦେଖିବାକୁ ମିଳିଛି। ଗତକାଲି ରାତିରେ ତିନୋଟି ପରିବାରରୁ ଚୋରି […]

author-image
Ranjit Kumar Jena
କେହି ଜାଣି ପାରିଲେନି, ଗୋଟିଏ ରାତି ଭିତରେ ତିନି ପରିବାରରୁ ଚୋରି

thief

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବର୍ତ୍ତମାନର କରୋନା କାଳରେ ବି ଖୁବ୍ ମାତିଛନ୍ତି ଚୋର। କେତେ ବେଳେ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ ହେଉଛି ତ କେଉଁଠାରେ ଘରେ ପଶି ମଧ୍ୟ ଚୋରି କରାଯାଉଛି। ତେବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ପୁଇଁନ୍ତଲା ଥାନା ଠେଲକୋମୁଣ୍ଡା ଗାଁର ଗ୍ରାମବାସୀ ଏବେ ଚୋରଙ୍କ ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି।

Advertisment

ଏହାର ଜ୍ଜ୍ୱଳନ୍ତ ଉଦାହରଣ ଗତ ରାତିରେ ଦେଖିବାକୁ ମିଳିଛି। ଗତକାଲି ରାତିରେ ତିନୋଟି ପରିବାରରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗାଁର ରାଜେଶ୍ୱର ରାଉତ ଏବଂ ଅଗସ୍ତି ରାଉତଙ୍କ ଦୁଇଟି ବାଇକକୁ ଚୋର ଚୋରି କରିଛନ୍ତି। ଏହା ସହିତ ବିନୟ ରାଉତଙ୍କ ଘରେ କଳାକନା ବୁଲାଇଛନ୍ତି। ବିନୟଙ୍କ ଘର ପଛପଟ ଝରକା ଭାଙ୍ଗି ଭଣ୍ଡାର ଘର ଭିତରେ ଥିବା ବାକ୍ସ ଗୁଡିକ ଭାଙ୍ଗିଦେଇଥିଲେ ଚୋର।

ବାକ୍ସ ଭିତରେ ଥିବା ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ଚୋରମାନେ ଫେରାର ମାରିଥିବା ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି। ତିନୋଟି ଚୋରି ମାମଲା ରୁଜୁ କରି ଅଧିକ ଖୋଳତାଡ଼ ଜାରି ରଖିଛି। ପୁଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Advertisment