/odisha-reporter/media/post_attachments/uploadimage/library/16_9/16_9_0/Chair_1681735914.jpg)
Chair
ଘରୋଇ ସ୍କୁଲରେ ଥାର୍ଡ଼ଡିଗ୍ରୀ। ନବମ ଶ୍ରେଣୀର ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ। ଉଠବସ୍ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।
ବଲାଙ୍ଗିର ସଦର ଥାନା ବାଗଭାଡି ଗାଁ ନିକଟରେ ରହିଛି ଆଇ.ଡି. ଏମ୍ ପବ୍ଲିକ ସ୍କୁଲ। ଗତ ୬ ତାରିଖରେ ଏହି ସ୍କୁଲରେ ନାମ ଲେଖାଇଥିଲେ ପାଟଣାଗଡ଼ ସହର ଜଣେ ନବମ ଶ୍ରେଣୀ ଛାତ୍ର। ଏପରିକି ଛାତ୍ର ଜଣକ ସ୍କୁଲର ହଷ୍ଟେଲରେ ରହିଥିଲେ। କିନ୍ତୁ ତାଙ୍କୁ ବେଡ଼ ମିଳିନଥିଲା। ଅଭିଯୋଗରୁ ପ୍ରକାଶ, ଗତ ୧୨ ତାରିଖ ରାତିରେ ସ୍କୁଲର ନିର୍ଦ୍ଦେଶ ହଷ୍ଟେଲ୍ ଭିତରକୁ ଆସିଥିଲେ। ସେହି ସମୟରେ ଛାତ୍ର ଜଣକ ଜଣ ସାଙ୍ଗଙ୍କ ବେଡ୍ରେ ଶୋଇଥିଲେ। ଏହା ଦେଖି ସ୍କୁଲ ନିର୍ଦ୍ଦେଶକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଛାତ୍ରଙ୍କୁ ୩୦ ଥର ଉଠ୍ବସ କରାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ସ୍କୁଲ ନିର୍ଦ୍ଦେଶକଙ୍କ ମାଡ଼ରେ ଛାତ୍ରଙ୍କ କାନ ଫାଟି ରକ୍ତ ବାହାରିଥିଲା। ଛାତ୍ର ଜଣକ ଫୋନ୍ କରି ତାଙ୍କ ବାପା ଓ ମାଆଙ୍କୁ କହିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଆଜି ଛାତ୍ରଙ୍କ ବାପାମାଆ ସ୍କୁଲରୁ ଟିସି ଆଣିବାକୁ ଆଣିବାକୁ ଯାଇଥିଲେ। ସେହି ସମୟରେ ସ୍କୁଲର ପ୍ରିନ୍ସପାଳ ସେମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି।
ପୀଡ଼ିତ ଛାତ୍ରଙ୍କ ମାଆ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚାଇଲଡ ଲାଇନ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
