Advertisment

ଭୋଜି ଖାଇବାକୁ ପାଇଁ ମାଡ଼ ଖାଇଲେ ତିନି ଭାଇ!

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବିବାହ ଭୋଜିକୁ ଆସିବାକୁ ପରିବାରର ତିନି ଭାଇଙ୍କୁ ଆକ୍ରମଣ କରାଯାଇଛି। ଏଭଳି ଅଭିଯୋଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତର ମାଲପଡ଼ା ଗାଁରୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଏକ ବିବାହ ଭୋଜିକୁ ଯୋଗଦାନ ପାଇଁ ଆସିଥିବା ବେଳେ କୌଣସି ଘଟଣାକୁ ନେଇ ଅନ୍ୟ ଗୋଷ୍ଠୀର ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଉପରକୁ ଇଟା ଓ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ଜଣାଯାଇଛି। ଆକ୍ରମଣରେ ୩ ଭାଇ ଗୁରୁତର […]

author-image
Ranjit Kumar Jena
କଥା କଟାକଟିରୁ ହେଲା ରକ୍ତପାତ, ଆଖି ବୁଜିଲେ ଯୁବକ

attack

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବିବାହ ଭୋଜିକୁ ଆସିବାକୁ ପରିବାରର ତିନି ଭାଇଙ୍କୁ ଆକ୍ରମଣ କରାଯାଇଛି। ଏଭଳି ଅଭିଯୋଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତର ମାଲପଡ଼ା ଗାଁରୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଏକ ବିବାହ ଭୋଜିକୁ ଯୋଗଦାନ ପାଇଁ ଆସିଥିବା ବେଳେ କୌଣସି ଘଟଣାକୁ ନେଇ ଅନ୍ୟ ଗୋଷ୍ଠୀର ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

Advertisment

ସେମାନଙ୍କ ଉପରକୁ ଇଟା ଓ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ଜଣାଯାଇଛି। ଆକ୍ରମଣରେ ୩ ଭାଇ ଗୁରୁତର ହେବା ସହ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି। ଆହତ ୩ ଭାଇ ହେଲେ ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଡୁଙ୍ଗରିଗୁଡ଼ା ଗାଁର କ୍ଷେତ୍ର ପୁଟେଲ, ଅର୍ଜୁନ ପୁଟେଲ ଓ କାମଦେବ ପୁଟେଲ।

ଏମାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ମାନେ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଡୁମେରମୁଣ୍ଡା ଗାଁର ଦେବେନ୍ଦ୍ର ପୁଟେଲ, ମୁରିବାହାଲ ଥାନା ମାଲପଡ଼ା ଗାଁର ଦୁଃଖିଶ୍ୟାମ ପୁଟେଲ, ରାଧେଶ୍ୟାମ ପୁଟେଲ, ମଗସିର ପୁଟେଲ ଏବଂ ଯୁବାମାଲ ଦାଢ଼ିଆପଦର ଗାଁର ହିମା ପୁଟେଲ ଓ ଗୋପୀ ପୁଟେଲ ବୋଲି ଜଣାପଡ଼ିଛି।

Advertisment

ମାଡ଼ ଖାଇଥିବା ତିନି ଭାଇ ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଏବେ ତଦନ୍ତ ଚାଲିଥିବା ନେଇ ମୁରିବାହାଲ ଥାନାର ଏଏସଆଇ କହିଛନ୍ତି।