Advertisment

ତିନି ଗାଈ ଉପରେ ଚଢ଼ିଗଲା ଗାଡ଼ି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଆରଟିଓ ଠାରେ ଘଟିଛି ବଡ଼ ଅଘଟଣ । ଏକ ଅଜଣା ଗାଡ଼ି ଧକ୍କାରେ ତିନି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈ ଗୁରୁତର ହୋଇଛି । ତେବେ ଗାଈମାନଙ୍କୁ ଧକ୍କା ଦେଇ ଗାଡ଼ିଟି ଫେରାର ମାରିଛି। ଗାଈଙ୍କ ମୃତ୍ୟୁ ପରେ ରାସ୍ତାରେ ଉତ୍ତେଜନା ଦେଖାଦେଇଥିଲା। ସହରର ବିଭିନ୍ନ ସଂଗଠନ ଗାଈମାନଙ୍କ ପାଇଁ କାଞ୍ଜିଘର ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ପୌରସଂସ୍ଥା କୌଣସି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ତିନି ଗାଈ ଉପରେ ଚଢ଼ିଗଲା ଗାଡ଼ି

cow

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଆରଟିଓ ଠାରେ ଘଟିଛି ବଡ଼ ଅଘଟଣ । ଏକ ଅଜଣା ଗାଡ଼ି ଧକ୍କାରେ ତିନି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈ ଗୁରୁତର ହୋଇଛି । ତେବେ ଗାଈମାନଙ୍କୁ ଧକ୍କା ଦେଇ ଗାଡ଼ିଟି ଫେରାର ମାରିଛି। ଗାଈଙ୍କ ମୃତ୍ୟୁ ପରେ ରାସ୍ତାରେ ଉତ୍ତେଜନା ଦେଖାଦେଇଥିଲା।

Advertisment

ସହରର ବିଭିନ୍ନ ସଂଗଠନ ଗାଈମାନଙ୍କ ପାଇଁ କାଞ୍ଜିଘର ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ପୌରସଂସ୍ଥା କୌଣସି ବ୍ୟବସ୍ଥା କରୁନଥିବାରୁ ରାସ୍ତା ଉପରେ ଶହ ଶହ ଗାଇଗୋରୁ ବସି ରହୁଛନ୍ତି। ଯାହା ଫଳରେ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଉଛି।

ତେଣୁ ସହର ଭିତରେ ଥିବା ଗାଈ ମାନଙ୍କୁ କୌଣସି ଏକ ଜାଗାରେ ପୌର ପ୍ରଶାସନ ତରଫରୁ ସୁରକ୍ଷିତ ଭାବରେ ରଖିବା ତଥା ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ କରିବା ଦାବିରେ ସହରର ବିଭିନ୍ନ ସଂଗଠନ ତରଫରୁ ରାସ୍ତାରୋକ କରାଯାଇଥିଲା।

Advertisment

ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଟାଉନ ଥାନାଅଧିକାରୀ ପ୍ରିୟଙ୍କା ରାଉତରାଏ ଘଟଣା ସ୍ଥଳରେ ପହଞ୍ଚି ଅନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ।

Accident