Advertisment

ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ ସାବିତ୍ରୀ! ଆସିଲା ୩ ଦୁଃଖଦ ଖବର

ଆଜି ଥିଲା ସାବିତ୍ରୀ ବ୍ରତ। ସେଥିପାଇଁ ବିଧିବିଧାନ ଅନୁସାରେ ପୂଜା କରିଥିଲେ ସଦେଇପାଲି ଗାଁର ତୁଳସୀରାମ ପଟେଲଙ୍କ ସ୍ତ୍ରୀ। ଆଉ ବାପ ଘର ରୋତ ଗ୍ରାମକୁ ବୁଲିବା ପାଇଁ ଯାଇଥିବା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ସାବିତ୍ରୀ ବ୍ରତ ପୂଜା କରି ପତିଙ୍କ ଫେରିବା ବାଟକୁ ଅନାଇଥିଲେ ପତ୍ନୀ। ପତି ଘରେ ବହଞ୍ଚିଥିଲେ ଭାଙ୍ଗି ଥାଆନ୍ତେ ବ୍ରତ। ହେଲେ ଆସିଲା ଦୁଃଖଦ ଖବର। ଘରୁ ଫେରୁଥିବା ବେଳେ ଚଢ଼ିଗଲା ବୋଲେରୋ। ଆଉ ଚାଲିଗଲା ସ୍ୱାମୀଙ୍କ ଜୀବନ। ସାବିତ୍ରୀରେ ଲିଭିଗଲା ସିନ୍ଦୂର। ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାରେ ଘଟିଛି। ଦୁର୍ଘଟଣାରେ ସ୍ୱାମୀ, ଭାଇ ଓ ଭାଇଙ୍କ ସାଥୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ଆଜି ଥିଲା ସାବିତ୍ରୀ ବ୍ରତ। ସେଥିପାଇଁ ବିଧିବିଧାନ ଅନୁସାରେ ପୂଜା କରିଥିଲେ ସଦେଇପାଲି ଗାଁର ତୁଳସୀରାମ ପଟେଲଙ୍କ ସ୍ତ୍ରୀ। ଆଉ ବାପ ଘର ରୋତ ଗ୍ରାମକୁ ବୁଲିବା ପାଇଁ ଯାଇଥିବା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ। ସ୍ୱାମୀ ଆସିଥିଲେ ଭାଙ୍ଗି ଥାଆନ୍ତେ ବ୍ରତ। ହେଲେ ଆସିଲା ଦୁଃଖଦ ଖବର। ଭାଇ ରାଜେଶ ପଟେଲ ଓ ତାଙ୍କ ସାଙ୍ଗ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ସହ ତୁଳସୀରାମ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକଠାରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ।

ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ତୁଳସୀରାମଙ୍କ ବାଇକ୍‌ ଉପରେ ଚଢ଼ି ଯାଇଥିଲା। ତିନି ଜଣ ଯାକ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ସେଠାରେ ବିଦ୍ୟୁତ ମରାମତି କାମ କରୁଥିବା କର୍ମଚାରୀମାନେ ଗୁରୁତର ତିନିଜଣଙ୍କୁ ଉଦ୍ଧର କାରି ଲୋଇସିଂହା ହସ୍ପିଟାଲକୁ ନେଇ ଯାଇଥିଲେ। ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ। ଲୋଇସିଂହା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Road Accident Accident Roadaccident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe