Advertisment

ଡିଲ୍‌ ବେଳେ ମାଡ଼ି ବସିଲା ପୁଲିସ୍‌, ୧୦ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ

ଅଭିଯୁକ୍ତଙ୍କଠାରୁ ୧୦,୫୦,୪୦୦ ଟଙ୍କାର ନକଲି ନୋଟ, ୪ଟି ମୋବାଇଲ, ୨ଟି ମୋଟରସାଇକଲ ଓ ଅସଲି ୧୧ ହଜାର ଟଙ୍କା ଜବତ କରିଛି। ପୁଲିସ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଜାଲ୍‌ ନୋଟ୍‌ ଡିଲ୍‌ ବେଳେ ମାଡ଼ି ବସିଲା ପୁଲିସ୍‌। ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦେଢ଼ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଆଜି ଏପରି ଖବର ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରୁ।

Advertisment

ବଲାଙ୍ଗିର ଜିଲ୍ଲା ମୁରିବାହଳ ବ୍ଲକ ସିଲେଟ ପଡା ଗାଁର କ୍ଷୀରୋଦ ରଣା, କଳାହାଣ୍ଡି ଜିଲ୍ଲା କେଗାଁର ଛବିଲ ବାଗ, ତୁରପି ଗ୍ରାମର ତୁରଙ୍ଗ ବାଗ ଓ ଉରଲଙ୍ଗର କେଶବ ଭୋଇ ଟିଟିଲାଗଡ ଥାନା ଅନ୍ତର୍ଗତ ନାରେନ ଦୁର୍ଗା ମନ୍ଦିର ପଛ ପାର୍ଶ୍ୱରେ ଜାଲ୍‌ ନୋଟ ଡିଲ ପାଇଁ ଅପେକ୍ଷା କରିଥିଲେ। କୌଣିସି ସୂତ୍ରରୁ ଖବର ପାଇ ପୁଲିସ୍‌ ଅଚାନକ ସେଠାରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କଠାରୁ ୧୦,୫୦,୪୦୦ ଟଙ୍କାର ନକଲି ନୋଟ, ୪ଟି ମୋବାଇଲ, ୨ଟି ମୋଟରସାଇକଲ ଓ ଅସଲି ୧୧ ହଜାର ଟଙ୍କା ଜବତ କରିଛି। ପୁଲିସ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ରାକେଟ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି। ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଆଜି ଏନେଇ ସୂଚନା ଦେଇଛନ୍ତି।

ଅଭିଯୋଗରୁ ପ୍ରକାଶ, ଅଭିଯୁକ୍ତମାନେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ନକଲି ନୋଟ ଦେଇ ଦୋକାନ ଓ ବଜାରରୁ କିଣା ବିକା କରୁଥିଲେ। ପୁଲିସ୍‌ ଏ ସମ୍ପର୍କରେ ଜାଣିପାରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲା। ମାତ୍ର ଅଭିଯୁକ୍ତମାନେ ବାରମ୍ୱାର ଠିକଣା ପରିବର୍ତ୍ତନ କରୁଥିଲେ। ଆଜି ଡିଲ୍‌ ବେଳେ ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ମାଡ଼ି ବସିଛି। ଅଭିଯୁକ୍ତମାନେ କେତେଦିନ ଧରି ଜାଲ୍‌ କାରବାର କରୁଥିଲେ? କେଉଁଠାରୁ ଜାଲ୍‌ ନୋଟ୍‌ ଆଣୁଥିଲେ? ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି? ଏମିତି ବିଭିନ୍ନ ଦିଗରୁ ପୁଲିସ୍‌ ବର୍ତ୍ତମାନ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ଟିଟିଲାଗଡ଼ରୁ ମାନସ ମୋହାନ୍ତି

Balangir Crime