Advertisment

ଆଦିବାସୀଙ୍କ ରଣହୁଙ୍କାର, ବିଜେଡିକୁ ବାସନ୍ଦ କରିବୁ

ବଲାଙ୍ଗିର (ମନରଞ୍ଜନ ଯୋଷୀ): ଆଦିବାସୀ ଦେଲେ ରଣହୁଙ୍କାର। କହିଲେ ଯଦି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସରକାର ସଂରକ୍ଷଣ ବା କୋଟା ନଦିଅନ୍ତି, ତାହେଲେ ସେମାନେ ସରକାର ଓ ବିଜେଡିକୁ ରାଜନୈତିକ ବାସନ୍ଦ କରିବେ। ବଲାଙ୍ଗିରରେ ଆଜି ଆଦିବାସୀ ମହାମେଳି କରି ସରକାରଙ୍କୁ ଖୋଲା ଧମକ ଦେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସିଟ୍ ସଂରକ୍ଷଣକୁ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ଆପତ୍ତି ଉଠାଇଛି। ସିଟ ସଂରକ୍ଷଣରେ ଆଦିବାସୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଦିବାସୀଙ୍କ ରଣହୁଙ୍କାର, ବିଜେଡିକୁ ବାସନ୍ଦ କରିବୁ

bolangur

ବଲାଙ୍ଗିର (ମନରଞ୍ଜନ ଯୋଷୀ): ଆଦିବାସୀ ଦେଲେ ରଣହୁଙ୍କାର। କହିଲେ ଯଦି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସରକାର ସଂରକ୍ଷଣ ବା କୋଟା ନଦିଅନ୍ତି, ତାହେଲେ ସେମାନେ ସରକାର ଓ ବିଜେଡିକୁ ରାଜନୈତିକ ବାସନ୍ଦ କରିବେ। ବଲାଙ୍ଗିରରେ ଆଜି ଆଦିବାସୀ ମହାମେଳି କରି ସରକାରଙ୍କୁ ଖୋଲା ଧମକ ଦେଇଛନ୍ତି।

Advertisment

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ତେବେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସିଟ୍ ସଂରକ୍ଷଣକୁ ନେଇ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ ଆପତ୍ତି ଉଠାଇଛି। ସିଟ ସଂରକ୍ଷଣରେ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଆଜି ବିରାଟ ଆନ୍ଦୋଳନର ଡାକରା ଦେଇଛି ସଂଘ। ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଏହି ମହାମେଳିରେ ସାମିଲ୍ ହୋଇଛନ୍ତି।

ଜିଲ୍ଲାର ବିଭିନ୍ନ ଅଂଚଳରୁ ଆଦିବାସୀ ମାନେ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ମାନେ ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଆଦିବାସୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଲାଗିଥିବା ସରକାରୀ ବିଜ୍ଞାପନ ଚିରିଦେଇଛନ୍ତି। ଏହି ସମୟରେ ଆଦିବାସୀ ମାନେ ଜିଲ୍ଲାପାଳଙ୍କ ଗାଡ଼ି ଅଟାଇକବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଓ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ତେବେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପୁଲିସ ଛାଉଣି କରାଯାଇଛି।

Advertisment

ଆନ୍ଦୋଳନରେ ସାମିଲ୍ ଥିବା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର ମହାସଚିବ କହିଛନ୍ତି, ଓଡ଼ିଶା ସରକାର ଆଦିବାସୀ କୋଟା କାଟିଦେଲେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ଲାଗି ସରପଞ୍ଚ, ବ୍ଲକ୍ ଚେୟାରମ୍ୟାନ୍ ପଦବୀ ପାଇଁ ଯେଉଁ କୋଟା ବା ସଂରକ୍ଷଣ ବ୍ୟବସ୍ଥା ଥିଲା ସରକାର ସବୁ ଉଚ୍ଛେଦ କରିଦେଲେ। ଓଡ଼ିଶା ସରକାର ଆଦିବାସୀଙ୍କ ପ୍ରତି ଘୃଣା ମନୋଭାବ ଆପଣାଇଛନ୍ତି। ଆମେ ଦାବି କରୁଛୁ ଯେ ୮.୧୦.୨୦୨୧ ପୂର୍ବରୁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଥିଲା, ତାକୁ ସରକାର ଲାଗୁ କରନ୍ତୁ। ରାଜ୍ୟ ସରକାର ଭାରତ ସମ୍ବିଧାନର ଆର୍ଟିକଲ ୨୪୩ (ଡି)ର ଉଲ୍ଲଙ୍ଘନ କରିଛନ୍ତି।

ସେ ଆହୁରି କହିଛନ୍ତି, ଯଦି ସରକାର ଆମ ଦାବି ନ ମାନିବେ, ତାହେଲେ ଆମେ ସରକାର ଓ ବିଜେଡି ଦଳକୁ ରାଜନୈତିକ ବାସନ୍ଦ କରିବୁ। ଆମେ ସେମାନଙ୍କୁ କୌଣସି ଗାଁରେ ପ୍ରବେଶ କରାଇ ଦେବୁ ନାହୁଁ। ଏପରିକି ଆମେ ପଞ୍ଚାୟତ କି ସାଧାରଣ ନିର୍ବାଚନ କରାଇ ଦେବୁ ନାହୁଁ।