Advertisment

କାର୍‌କୁ ପିଟିଲା ଟ୍ରକ୍‌, ୨ ଗୁରୁତର

ଏକ ଟ୍ରକ୍‌ ସାମନା ପଟୁ ଆସୁଥିବା ଏକ କାର୍‌କୁ ଧକ୍କା ଦେବାରୁ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ବିଜାଖମନ ଛକଠାରେ ଆଜି ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସାମନା ପଟୁ ଆସୁଥିବା ଏକ କାର୍‌କୁ ଧକ୍କା ଦେବାରୁ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତି କରାଯାଇଛି ।

Advertisment

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ବଲାଙ୍ଗୀର ପଟୁ ଏକ ଟ୍ରକ୍‌ ଟିଟିଲାଗଡ଼ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ କାର୍‌ ଆସୁଥିବା ବେଳେ ସେଥିରେ ଚାଳକଙ୍କ ସମେତ ୨ ଜଣ ଥିଲେ।

ବିଜାଖମନ ଛକଠାରେ ହଠାତ୍‌ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ସମ୍ମୁଖ ପଟୁ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତି କରିଛନ୍ତି।

Advertisment

ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ଟି ଧକ୍କା ଦେବା ପରେ ଏହାର ଚାଳକ ଗାଡ଼ିଟିକୁ ଛାଡ଼ି ଫେରାର ହୋଇ ଯାଇଛନ୍ତି। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଟ୍ରକ୍‌ର ଆଗ ଚକ ୨ଟି ବାହାରି ପଳାଇଛି।

Roadaccident Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe