Advertisment

ନକ୍ସଲ କହି ଲୋକଙ୍କ ଠାରୁ ଲୁଟୁଥିଲେ, ଧରିଲା ପୁଲିସ

ପାଟଣାଗଡ଼ (କରୁଣାକର ବୁଡ଼େକ): ନକ୍ସଲ ନାଁରେ ଟଙ୍କା ଆଦାୟ କରୁଥିଲେ। ଧରି ନେଲା ପୁଲିସ୍। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ। ଯେଉଁଠାରେ ନକ୍ସଲ ନାଁ ଲୋକଙ୍କ ଠାରୁ ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ପୁଲିସ୍ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ କରିବା ପରେ ପୁଲିସ୍ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ମାନେ ହେଲେ ଧଣ୍ଡାମୁଣ୍ଡା ଗାଁର ସୁମନ୍ତ ଶେଖର ସାହୁ […]

ନକ୍ସଲ କହି ଲୋକଙ୍କ ଠାରୁ ଲୁଟୁଥିଲେ, ଧରିଲା ପୁଲିସ

naxal

Advertisment

ପାଟଣାଗଡ଼ (କରୁଣାକର ବୁଡ଼େକ): ନକ୍ସଲ ନାଁରେ ଟଙ୍କା ଆଦାୟ କରୁଥିଲେ। ଧରି ନେଲା ପୁଲିସ୍। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ। ଯେଉଁଠାରେ ନକ୍ସଲ ନାଁ ଲୋକଙ୍କ ଠାରୁ ବେଆଇନ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ପୁଲିସ୍ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ କରିବା ପରେ ପୁଲିସ୍ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି।

Advertisment

ଗିରଫ ହୋଇଥିବା ଯୁବକ ମାନେ ହେଲେ ଧଣ୍ଡାମୁଣ୍ଡା ଗାଁର ସୁମନ୍ତ ଶେଖର ସାହୁ ଓ ବାଞ୍ଜିପାଲି ଗାଁର ବିକାଶ ରଞ୍ଜନ ସାହୁ। ଏମାନେ ଜଣେ କଣ୍ଟ୍ରାକ୍ଟର ଇଲିଆସ ମହମ୍ମଦଙ୍କୁ ଫୋନ କରି ବାରମ୍ବାର ଟଙ୍କା ଦେବାକୁ ଧମକ ଦେଉଥିଲେ। ଆଉ ଏହାର ଖିଲାପ କଲେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଉଥୁଲେ। କେବଳ ଇଲିଆସ ନୁହନ୍ତି, ନିଜକୁ ନକ୍ସଲ ଦାବି କରି ଏମାନେ ଅନେକ ବଡ଼ ବଡ଼ିଆଙ୍କୁ ଟାର୍ଗେଟ କରୁଥିଲେ ଏବଂ ଧମକ ଚମକ ଦେଇ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଆଧାରରେ ପୁଲିସ୍ ଦୁଇ ଯୁବକଙ୍କୁ ଗିରଫ କରି ରଖି ପଚରାଉଚରା କରିଥିବା ଜଣାପଡ଼ିଛି। ଯଦିଓ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଏକ ନକ୍ସଲ ପ୍ରବଣ ଅଞ୍ଚଳ, ତେଣୁ ଏହାର ସୁଯୋଗ ନେଇ କିଛି ଯୁବକ ଅସାମାଜିକ କାମରେ ଲିପ୍ତ ରହୁଛନ୍ତି। ତେବେ ଏଭଳି କାମରେ ଆଉ କେତେ ଲୋକ ସାମିଲ ଅଛନ୍ତି ଏବଂ ନକ୍ସଲ ଧମକ ଦେଇ ବଟି ଆଦାୟ କରୁଛନ୍ତି, ତାହା ଅଧିକ ତଦନ୍ତ ପରେ ସାମ୍ନାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe