Advertisment

“ଏ ପୁଅ ଉଠୁନୁ, ଚାଲ ଘରକୁ ଯିବା”

ଦୁର୍ଘଟଣାରେ ୨ ବନ୍ଧୁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ନିଜର ଭେଣ୍ତିଆ ପୁଅକୁ ହରାଇ ପରିବାର ଲୋକ ପାଗଳପ୍ରାୟ ହୋଇପଡ଼ିଛନ୍ତି।

accident

accident

Advertisment

ଏ ପୁଅ ଉଠୁନୁ.. ଚାଲ ଘରକୁ ଯିବା। ତୁ କାହିଁ ଶୁଣୁନୁ ଯେ। ତୋର କ’ଣ ହେଇଛି? କ’ଣ ବୁଢ଼ା ବାପା ଉପରେ ରାଗିଛୁ? ସତେ ଯେମିତି ହସ୍ପିଟାଲ ବେଡ୍‌ରେ ନିସ୍ତେଜ ହୋଇ ପଡ଼ି ରହିଥିବା ଭେଣ୍ଡିଆ ପୁଅକୁ ଏମିତି କେତେ କ’ଣ ଗୁଣୁଗୁଣୁ ହୋଇ କହି ହେଉଥିଲେ ଜଣେ ବୃଦ୍ଧ ବାପା। କେତେବେଳେ ପୁଅର ପେଟରେ ସେ ହାତ ମାରୁଥିଲେ ତ ଆଉ କେତେବେଳେ ତା’ର ହାତକୁ ବି ଟେକି ଧରୁଥିଲେ। ତେବେ ପୁଅର କ’ଣ ହୋଇଛି, ସେକଥା ବୋଧେ ସେ ଜାଣି ପାରୁ ନଥିଲେ।  

Advertisment

ବଲାଙ୍ଗିରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଏପରି କିଛି ହୃଦୟବିଦାରକ ଦୃଶ୍ୟ ହସ୍ପିଟାଲରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୨ ବନ୍ଧୁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ନିଜର ଭେଣ୍ତିଆ ପୁଅକୁ ହରାଇ ପରିବାର ଲୋକ ପାଗଳପ୍ରାୟ ହୋଇପଡ଼ିଛନ୍ତି। ପୁଅକୁ ହରାଇବା କଥାକୁ ସହଜରେ କେହି ବିଶ୍ୱାସ କରିପାରୁ ନାହାନ୍ତି। 

ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଧଣ୍ଡାମାଲ-ରୁଗୁଡ଼ିପାଲି ରାସ୍ତାର ରୁଗୁଡୁପାଲି ଛକ ନିକଟରେ ଘଟିଛି ବାଇକ ଦୁର୍ଘଟଣା। ରାସ୍ତାକଡ଼ କମ୍ବରେ ବାଇକ ପିଟି ହେବାରୁ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ରୁଗୁଡିପାଲି ଗାଁର ଶଙ୍କର କାଲସାଏ ଓ ଆକାଶ କ୍ଷେତୀ।

Advertisment

ଦୁଇ ବନ୍ଧୁ ଆଜି ବାଇକ ଯୋଗେ ଧଣ୍ଡାମାଲ ଗାଁରୁ ଫେରୁଥିଲେ। ତେବେ ଗୋଲେଇ ଛକ ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତାକଡ଼ରେ ଥିବା ସିମେଣ୍ଟ ଖମ୍ୱରେ ପିଟି ହୋଇଯାଇଥିଲା। ଫଳରେ ଶଙ୍କର ଓ ଆକାଶ ବେଶ କିଛି ବାଟି ଛିଟିକି ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଅଧା ବାଟରେ ହିଁ ଉଭୟ ଆଖି ବୁଜିଛନ୍ତି। ଦେଓଗାଁ ପୁଲିସ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦ୍ରୁତଗତି ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

ହସ୍ପିଟାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ପହଞ୍ଚିଥିଲେ। ଏତିକି ବେଳେ ଷ୍ଟ୍ରେଚରେ ପଡ଼ି ରହିଥିବା ଶଙ୍କରଙ୍କୁ ଦେଖି ତାଙ୍କ ବାପା ପୂରା ସ୍ତବ୍ଧ ହୋଇଯାଇଥିଲେ। ପୁଅ ବେଡ୍‌ରେ ପଡ଼ି ରହିଥିବା ବେଳେ ତାକୁ ବାପା କେବେଳ ଜଳଜଳ ହୋଇ ଚାହିଁ ରହିଥିଲେ। ଏଥିସହ ପୁଅ କାଳେ ବଞ୍ଚିଥିବ, ସେଥିପାଇଁ ସେ ତାଙ୍କ ପେଟରେ ହାତ ମାରିଥିଲେ। ସେହିପରି ପୁଅର ହାତ ଧରି ସତେ ଯେମିତି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଏଥିସହ ସେ ପୁଅକୁ ଚାହିଁ କିଛି ଗୁଣୁଗୁଣୁ ହୋଇ କେତେ କ’ଣ କହି ଯାଇଥିଲେ। 

ଏହି ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା। ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ମଧ୍ୟ ଏକଥାକୁ ତାଙ୍କ ବାପା ସହଜରେ ବିଶ୍ୱାସ କରିପାରୁ ନଥିଲେ। ସମ୍ଭବତଃ ଏହି କାରଣ ପାଇଁ ସେ ପୁଅକୁ ହସ୍ପିଟାଲ ବେଡ୍‌ରୁ ଡାକି ଘରକୁ ନେବାକୁ ଚେଷ୍ଟା କରୁଥିଲେ। ତେବେ ତାଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ସେ ଭେଣ୍ଡିଆ ପୁଅକୁ ହରାଇ ଏବେ ଏକା ହୋଇଯାଇଛନ୍ତି।

ଆକାଶଙ୍କ କ୍ଷେତ୍ରରେ ମଧ୍ୟ ସାମାନ ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ପରିବାର ଲୋକ ବି ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି। 

ରିପୋର୍ଟ: ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର 

Odisha Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe